Home ରାଜ୍ୟ ଗୁଜବ ଶୁଣନ୍ତୁନି, ଚିକେନ୍ ଓ ଅଣ୍ଡା ଖାଇବା ଦ୍ୱାରା କରୋନା ବ୍ୟାପୁନି : କୃଷିମନ୍ତ୍ରୀ

ଗୁଜବ ଶୁଣନ୍ତୁନି, ଚିକେନ୍ ଓ ଅଣ୍ଡା ଖାଇବା ଦ୍ୱାରା କରୋନା ବ୍ୟାପୁନି : କୃଷିମନ୍ତ୍ରୀ

ଭୁବନେଶ୍ୱର : କରୋନାକୁ ନେଇ ଗୁଜବ ଶୁଣନ୍ତୁନି । କୁକୁଡ଼ା ଏବଂ ଅଣ୍ଡା ଖାଆନ୍ତୁ । ଚିକେନ୍ ଓ ଅଣ୍ଡା ଖାଇବା ଦ୍ୱାରା କରୋନା ବ୍ୟାପୁନି ବୋଲି କୃଷିମନ୍ତ୍ରୀ ଅରୁଣ ସାହୁ ଆଜି ସୂଚନା ଦେଇଛନ୍ତି ।

ସୋସିଆଲ ମିଡିଆରେ ବିଭିନ୍ନ ସମୟରେ କୁକୁଡ଼ା ଓ କୁକୁଡ଼ା ଅଣ୍ଡା ଦ୍ୱାରା କରୋନା ବ୍ୟାପୁଥିବା ନେଇ ଗୁଜବ ପ୍ରକାଶ ପାଉଥିବାରୁ କୁକୁଡ଼ା ଚାଷୀ ହତାଶ ହୋଇଛନ୍ତି । ଅନେକ ଜାଗାରେ କୁକୁଡ଼ା ଦର ଆଶ୍ଚର୍ଯ୍ୟଜନକ ଭାବରେ ତଳକୁ ଖସି ଆସିଛି । ଅନେକ ଜାଗାରେ କୁକୁଡ଼ା ବିକି୍ର ହେଉ ନାହିଁ । ଗୁଜବକାରୀ କେବଳ ଗୁଜବ ସୃଷ୍ଟି କରୁଛନ୍ତି । ଫଳରେ ଅକାରଣରେ କୁକୁଡ଼ା ଚାଷୀ କ୍ଷତି ସହୁଛନ୍ତି । କିଛିଦିନ ତଳେ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ଠାରୁ ଆରମ୍ଭ କରି ରାଜ୍ୟ ଡିଏମଇଟି କହିଥିଲେ ଯେ କୁକୁଡା ଖାଇଲେ କରୋନା ବ୍ୟାପିବ ନାହିଁ । ହେଲେ ଲୋକଙ୍କ ଭିତରେ କରୋନାକୁ ନେଇ ଥିବା ଭୟ ଯୋଗୁଁ କୁକୁଡାଙ୍କୁ ବିଲରେ ଛାଡି ଦେବା ଭଳି ଚିତ୍ର ଦେଖିବାକୁ ମିଳିଥିଲା । କରୋନା ଭୟରେ କୁକୁଡା ଫାର୍ମ ଖାଲି ହୋଇଯାଇଛି ଓ ବିଲରେ କୁକୁଡା ବୁଲୁଛନ୍ତି ।

ମଣିଷ ସଂସ୍ପର୍ଷରେ ଆସିଲେ ଅନ୍ୟ ଜଣକୁ ବ୍ୟାପୁଛ କରୋନା । ଏଥିପାଇଁ ଫେସ୍ ମାସ୍କ ଓ ସାନିଟାଇଜର ବ୍ୟବହାର କରିବା ପାଇଁ କୁହାଯାଉଛି । ଚିକେନକୁ ଭଲଭଲାବେ ରୋଷେଇ କରି ଖାଆନ୍ତୁ । କୃଷିମନ୍ତ୍ରୀ ଅରୁଣ ସାହୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଅନୁରୋଧ କରି କହିଛନ୍ତି , ଏପରି ଗୁଜବରୁ ଦୂରେଇ ରହୁନ୍ତୁ