Home ପ୍ରବନ୍ଧ ପ୍ରଭୁ ପୂଜା, ଜନନେତା ଓ ଲୋକ ସେବା

ପ୍ରଭୁ ପୂଜା, ଜନନେତା ଓ ଲୋକ ସେବା

ପରମାତ୍ମାଙ୍କ ଶାସନର ସଂବିଧାନ ହେଉଛି ବେଦ । ଭୋଗବିଳାସ ବସ୍ତୁଗୁଡିକ ଶ୍ରେଷ୍ଠ ସଂପଦ ମଧ୍ୟରେ ବିବେଚନା କରାଯାଏ ନାହିଁ । ବାସ୍ତବିକ ମନୁଷ୍ୟର ଶେଷ୍ଠ୍ର ସମ୍ପଦ ହେଉଛି – ସ୍ୱାସ୍ଥ୍ୟବାନ ଶରୀର ଓ ଉତମ ଚରିତ୍ର । ଭାଗବତରେ ଲେଖାଅଛି-ବିଶ୍ୱାସ ମୂଳେ ଏ ଜଗତ, ପ୍ରାଣୀ ହୁଅନ୍ତି ଆତଯାତ । ବିଶ୍ୱାସ ଆଧାରରେ ସବୁକାମ ଚାଲେ । କେତେକ ପୂର୍ବ ୁରୁଷ ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ ସୀମାବଦ୍ଧ । ଆଉ କେତେକ ପୂର୍ବ ୁରୁଷ ଅନୁଯାୟୀ ପ୍ରଚଳିତ । ସମାଜ, ଜାତି, ସଂପ୍ରଦାୟ, ଦେଶ ଦେଶ ମଧ୍ୟରେ ଏହାର ଭିନ୍ନତା ପରିଲକ୍ଷତି ହୋଇଥାଏ । ଏହାର କାରଣ ହେଲା, ଭିନ୍ନ ଭାଷା, ବିଭିନ୍ନ ପରମ୍ପରା, ଧର୍ମ ଓ ଧର୍ମ ନିରପେକ୍ଷତା । ଧର୍ମ ଧାରଣାର ସ୍ୱାଧୀନତା । ବିଭିନ୍ନ ସଂପ୍ରଦାୟର ଧର୍ମ ଶାସ୍ତ୍ର ଆଧାରରେ ମଣିଷର ବିଶ୍ୱାସ ଚିନ୍ତନ ପରଂପରା ଗତିକରେ । ଏ ସବୁରି ମଧ୍ୟରେ ଆମର ସର୍ବ ପୁରାତନ ଶାସ୍ତ୍ରକୁ ପରାଧୀନତାର ବନ୍ଧନ ଭିତରେ ରଖି ଆମେ କ୍ରମେ ବହୁ ମାତ୍ରାରେ ଭୁଲିଯିବାକୁ ବାଧ୍ୟ ହେଉଛୁ । ୧୯୩୬ ମସିହାରେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ହେଲା ଓ ୧୯୪୭ ମସିହାରେ ଦେଶ ସ୍ୱାଧୀନତା ହାସଲ କଲା । ଏହା ପୂର୍ବରୁ ବିଦେଶୀ ଶାସନ ଚାଲିଥିଲା । ଆମ ଶାସ୍ତ୍ରକୁ ଘରକୁ ଘର ବୁଲି ନଷ୍ଟ ଭ୍ରଷ୍ଟ କରିଦିଆଯାଇଥିଲା । ତେଣୁ ସେଥିରୁ ଆମେ ଦୁରେଇ ଯିବାକୁ ବାଧ୍ୟ ହୋଇଛୁ । ମହାନ୍ ବ୍ୟକ୍ତି ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ନେତୃତ୍ୱରେ ଆମ ସର୍ବ ରାତନ ସନାତନ ଧର୍ମଶାସ୍ତ୍ର ବେଦର ପୁନରୁଦ୍ଧାର ପାଇଁ ଉଦ୍ୟମ ହୋଇଛି । ଅତୀତରେ ପୁରାଣ, କୋରାନ ଓ ବାଇବେଲର ଅନ୍ଧବିଶ୍ୱାସଗୁଡିକୁ ଖଣ୍ଡନ କଲେ ବୋଲି ବୈଜ୍ଞାନିକ ଗାଲିଲିଓଙ୍କୁ ଦିଆଗଲା ଆମରଣ ଜେଲ ଯାତନା, ବୈଜ୍ଞାନିକ ବ୍ରୁନୋଙ୍କୁ କିରୋସିନି ଢାଳି ମାରି ଦିଆଯାଇଥିଲା ଓ ମହର୍ଷି ଦୟାନନ୍ଦଙ୍କୁ ବିଷ ଦେଇ ହତ୍ୟା କରାଗଲା ଓ ମହାତ୍ମା ସକ୍ରେଟିସଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା ।

ଏ ମାନବ ଜାତି ଏକ ଜାତି ଓ ଏକ ପରିବାର ହୋଇଥିଲେ ମଧ୍ୟ ଏ ଅନ୍ଧ ବିଶ୍ୱାସଗୁଡିକ ଯୋଗୁଁ ଏ ମାନବ ଜାତି ଭିତରେ ଭେଦଭାବ ବଢି ଚାଲିଛି । ଫଳରେ ଆମ୍ଭେମାନେ ଅସହ୍ୟ ଦୁଃଖ ଦୁର୍ଦ୍ଦଶା ଭୋଗକରି ଅଶାନ୍ତି ମଧ୍ୟରେ ଗତି କରିଚାଲିଛୁ । ଏସବୁଥିରୁ ଉଦ୍ଧାର ପାଇବାକୁ ହେଲେ ବେଦର ସାରକଥାକୁ ଆମକୁ ମାନିବାକୁ ହେବ ।

ପ୍ରଥମେ ଆସନ୍ତୁ;ପ୍ରଭୁ ପୂଜା କଥା ବିଚାର କରିବା । ବେଦର ମମାର୍ଥ ହେଲା , ଜୀବଗଣଙ୍କୁ ସାହାଯ୍ୟ କରିବା ଦ୍ୱାରା ପରମପିତା ପ୍ରସନ୍ନ ହୋଇଥା’ନ୍ତି । ଅର୍ଥାତ୍ ଦୁଃଖୀର ଦୁଃଖ ନିବାରଣ, ରୋଗୀକୁ ଓା÷ଷଧ ବଣ୍ଟନ, କ୍ଷୁଧାର୍ଥକୁ ଅନ୍ନଦାନ, ତୃଷାକୁ ଜଳଦାନ, ନିବସ୍ତ୍ରକୁ ବସ୍ତ୍ର ଦାନ, ଅଜ୍ଞାନକୁ ଜ୍ଞାନଦାନ, ଅସହାୟତାକୁ ସହାୟତା ପ୍ରଦାନ, ବି ଦରେ ଥିବା ଲୋକଙ୍କୁ ଉଦ୍ଧାର କରିବା ଓ ପର ଉପକାର ଇତ୍ୟାତି । ଏସବୁ କାର୍ଯ୍ୟ ହେଲା ପ୍ରଭୁ ପୂଜା । ଜୀବ ଜଗତର ସେବା ହିଁ ସର୍ବଶ୍ରେଷ୍ଠ ଧର୍ମ । ଅତଏବ ପରମେଶ୍ୱରଙ୍କୁ ପୂଜା କରିବାର ଏତେ ସୁନ୍ଦର ପ୍ରଣାଳୀକୁ ଛାଡି ଜୀବିତ ମୂର୍ତିମାନଙ୍କର ସେବା ଛାଡି ଫଟୋ ଓ କାଠ ପଥରର ମୂର୍ତିମାନଙ୍କର ପୂଜା କରିବା ଦ୍ୱାରା କିଛି ଲାଭ ହୋଇନ’ଥାଏ । ତେଣୁ ସନ୍ଥକବି ଭୀମ ଭୋଇ ଲେଖିଥିଲେ- “ମୁର୍ତି ପାଷାଣ ଶୁଷ୍କ କାଷ୍ଠ, ସେ କେବେ ନେବକି ବୈକୁଣ୍ଠ । କାଷ୍ଠ ପାଷାଣ୍ଡ ଚାରୁଲତା, ଏ ସବୁ ଅଜ୍ଞାନ ଦେବତା ।”

ସକାଳେ ସଂଧ୍ୟାରେ ଘଣ୍ଟାଏ ଲେଖାଏଁ ଈଶ୍ୱର ଚିନ୍ତନ ଏକାଗ୍ର ମନରେ ଓ ନିଷ୍ଠାପୂର୍ଣ୍ଣ ଅନ୍ତରରେ କରିବା ଉଚିତ୍ । ଏହାକୁ ହିଁ ଧ୍ୟାନ କୁହାଯାଏ । ସେହି ଦୟାମୟ ପରମେଶ୍ୱରଙ୍କ ଗୁଣ ଚିନ୍ତନ ହିଁ ପ୍ରଭୁ ପୂଜା । ଏହା ନକରି ଫଟୋ ବା କାଠ ପଥରର ମୂର୍ତିକୁ ଭୋଗଦେଇ ପୂଜା କରିବା ବାସ୍ତବ ପ୍ରଭୁ ପୂଜା ନୁହେଁ । ବେଦ ହେଉଛି ବିଶ୍ୱ ପାଠାଗାରର ସର୍ବ ୍ରାଚୀନ ପ୍ରଥମ ପୁସ୍ତକ । ବେଦଠାରୁ ମଣିଷ ସମାଜ ଦୁରେଇ ଯିବାର କାରଣଗୁଡିକ ହେଲା ଏହାକୁ ନିୟମିତ ପାଠ କରୁଥିବା ବ୍ରାହ୍ମଣମାନେ ଏଥିରୁ ନିବୃତ ହୋଇ ବିଭିନ୍ନ ମେଳା ଭାଗବତ ଆଦି ପାଠ ଦିଗରେ ଆଗ୍ରହ ପ୍ରକାଶ କଲେ । ସଂସ୍କୃତ ଶୃଙ୍ଗାରଯୁକ୍ତ କାବ୍ୟ ଆଲୋଚନା ପାଇଁ ଆଗ୍ରହ ପ୍ରକାଶ ପାଇଲା । ସାଂପ୍ରଦାୟିକ ଗୁରୁମାନେ ନିଜ ନିଜର କାୟା ବିସ୍ତାର କରି ସମାଜରେ ଆଧି ତ୍ୟ ଜାହିର କଲେ । ପ୍ରାଦେଶିକ ଭାଷା ପ୍ରଚଳନ ଫଳରେ ସଂସ୍କୃତ ଭାଷା ଅଧ୍ୟୟନ ପ୍ରତି ଆଗ୍ରହ କମିଲା । ଫଳରେ ସଂସ୍କୃତ ଭାଷାରେ ରଚିତ ବେଦ ଅଧ୍ୟୟନ ଲୋକମାନଙ୍କଠାରୁ ଦୂରେଇଗଲା । ସଂପ୍ରତି କେତେକ ମହାନ ବ୍ୟକ୍ତିଗଣ ବେଦର ପୁନରୁଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛନ୍ତି । ଜାତିର ପିତା ମହାତ୍ମାଗାନ୍ଧୀଙ୍କଠାରୁ ଆରମ୍ଭ କରି ମଦର ଭାରତ ରତ୍ନ ମଦର ଟେରେସା, ଓଡିଶାର ନବକୃଷ୍ଣ ଚୌଧୁରୀ, ଆଚାର୍ଯ୍ୟ ହରିହର, ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳଗୋରବ ମଧୁସୂଦନ ଦାସ, ମା’ରମାଦେବୀ ଚୌଧୁରୀ, ପାର୍ବତୀ ଗିରି ଆଦି ନିଷ୍କାମ ଭାବେ ଦୁଃଖୀର ଦୁଃଖ ନିବାରଣ, ଗରିବ ଅବହେଳିତ ଅସହାୟ ମଣିଷମାନଙ୍କୁ ସହାୟତା ପ୍ରଦାନ କରି ସ୍ମରଣୀୟ ହୋଇପାରିଛନ୍ତି । ଏବେ ପର୍ଯ୍ୟନ୍ତ ସମାଜରେ ବହୁ ନେତା ଜନତା ଜନାର୍ଦ୍ଦନଙ୍କ ସେବାରେ ନିଜକୁ ନିୟୋଜତି କରିଚାଲିଛନ୍ତି । ସେମାନେ ଯେପରି ସେବା କରିଯାଇଛନ୍ତି, ତାହାହିଁ ବେଦର ପ୍ରଭୁ ୂଜା ସଙ୍ଗେ କେତେକାଂଶରେ ସମାନତା ଆଣିଥିବା ମନେହୁଏ । ବିଶ୍ୱର ଜୀବଗଣଙ୍କ ଉପକାର କରିବା ଦ୍ୱାରା ହିଁ ବିଶ୍ୱ ିତା ଆମ ଉପରେ ପ୍ରସନ୍ନ ହୋଇଥା’ନ୍ତି । ଏଣୁ ଏହାହିଁ ଅର୍ଦ୍ଧାଧିକ ସତ୍ୟ ;କହିବାକୁ ଗଲେ ବାସ୍ତବ ପ୍ରଭୁ ପୂଜା ଅଟେ । ଏହାହିଁ ବେଦର ଆଦେଶ ଓ ମମାର୍ଥ ଅଟେ ।

ସେହି ରି ଭାବେ ସେବା । ଲୋକମାନଙ୍କର ସେବା କରିବା ପାଇଁ ସମସ୍ତ ଯୋଜନା ପ୍ରଣୟନ କରାଯାଇଛି । ଲୋକମାନଙ୍କ ସମସ୍ୟାର ସମାଧାନ ପାଇଁ ବିଶ୍ୱର ବିଭିନ୍ନ ଦେଶରେ ସରକାର ଚେଷ୍ଟିତ । ଓଡିଶା ରାଜ୍ୟ ପ୍ରଶାସନର କେନ୍ଦ୍ରସ୍ଥଳୀ ସଚିବାଳୟଠାରେ ନିୟନ୍ତ୍ରଣ ଚାବିକାଠି ରହିଛି । ଲୋକମାନଙ୍କର ସେବା କରିବାକୁ ପ୍ରାଧାନ୍ୟ ଦିଆଯାଇ ପ୍ରଥମେ ରାଜ୍ୟ ସଚିବାଳୟ ନାମକୁ ପରିବର୍ତନ କରାଯାଇ “ଲୋକସେବା ଭବନ” ରଖାଯାଇଛି । ଯାହାକି ବେଦର ଆଦର୍ଶକୁ ଯଥାର୍ଥ ସମ୍ମାନ ମିଳଛି ି । ପ୍ରତ୍ୟେକ୍ଷ ଓ ପରୋକ୍ଷରେ , ଜାଣତ ହେଉ ବା ଅଜାଣତରେ ପ୍ରଭୁ ୂଜାର ଅର୍ଥ ଲୋକସେବାକୁ ହିଁ ବୁଝାଇଥାଏ । ଯେଉଁ ହିନ୍ଦୁ ଧର୍ମ ଶାସ୍ତ୍ର ବେଦ ଏପରି ସତ୍ୟ ଏବଂ ଯଥାର୍ଥ ବିଚାରରେ ପରି ୂର୍ଣ୍ଣ, ସେହି ହିନ୍ଦୁ ଆଜି ଅଜ୍ଞାନତାର ମହାରୋଗରେ ପୀଡିତ । ଅଜ୍ଞାନତାର ଘନ ଅନ୍ଧକାରରେ ଆଚ୍ଛନ୍ନ ଭ୍ରମ ଏବଂ ଅନ୍ଧ ବିଶ୍ୱାସର ଅନ୍ଧକୂ ରେ ନି ୀଡିତ । ଏଣୁ ଆସନ୍ତୁ, ଆମ ପୁରାତନ ଉପାଦେୟ ଶାସ୍ତ୍ର ବେଦକୁ ଉଦ୍ଧାର ପାଇଁ ଉଦ୍ୟମ କରିବା ଓ ପ୍ରକୃତ ଜ୍ଞାନର ପରଚି ୟ ପାଇଁ ଜାତି ଦଳମତ ନିର୍ବିଶେଷରେ ଏକାଠି କାର୍ଯ୍ୟକରିବା । ଏହାର ସରଳୀକରଣ ଏବଂ ଓଡିଆ ଅନୁବାଦ କରାଇ ସମସ୍ତ ଜିଲ୍ଲା ଏବଂ ଉପଖଣ୍ଡସ୍ତରରେ ଉପଲବ୍‌ଧ କରାଇବା ପାଇଁ ପଦକ୍ଷେପ ନେବା । ଏ ଦିଗରେ ସର୍ବାଗ୍ରେ ସମସ୍ତଙ୍କର ଆଗ୍ରହ ପ୍ରକାଶ ପାଇବା ଆଜିର ସବୁଠୁ ବେଶୀ ଆବଶ୍ୟକତା । ଅତୀତରେ ଦେବଭୂମି ଭାରତରେ ଗୁରୁକୂଳ ଶିକ୍ଷା ଆଶ୍ରମମାନଙ୍କରେ ସଂସ୍କୃତ ଭାଷା ସହ ଅଧ୍ୟୟନ କରାଯାଉଥିଲା । କାଳକ୍ରମେ ସେଗୁଡିକ ଲୋପ ପାଇବା ପରେ ସଂସ୍କୃତ ଭାଷା ସହ ବେଦପାଠ ଲୋପ ପାଇଥିଲା । ସଂପ୍ରତି ପୁନର୍ବାର ଭାରତରେ ଏକଶହରୁ ଊର୍ଦ୍ଧ୍ୱ ଗୁରୁକୂଳ ଶିକ୍ଷା ଆଶ୍ରମ ଚାଲୁଅଛି । ଏହାର ସଂଖ୍ୟା ବୃଦ୍ଧି ପାଇଲେ ଏବଂ ସଂସ୍କୃତ ଭାଷାର ପ୍ରଚଳନ ବୃଦ୍ଧି ହେଲେ ବେଦପାଠର ଚାହିଦା ବୃଦ୍ଧି ପାଇବ ।

 

                                                          ବରଦା ପ୍ରସନ୍ନ ଦାସ

                                                  କେଶରପୁର(ମହାନ୍ତି ଲେନ୍‌),କଟକ-୧
                                                              ମୋ-୯୮୬୧୧୪୫୬୮୭