Home ରାଜ୍ୟ ଲାଲଗଡରେ ତ୍ରିରଙ୍ଗା ଉଡାଇଲେ ମାଲକାନଗିରି ଏସପି

ଲାଲଗଡରେ ତ୍ରିରଙ୍ଗା ଉଡାଇଲେ ମାଲକାନଗିରି ଏସପି

ମାଲକାନଗିରି:  ଲାଲଗଡରେ ଉଡିଲା ତ୍ରିରଙ୍ଗା । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରେ ଫରଫର ହୋଇ ଉଡିଛି ତ୍ରିରଙ୍ଗା । ମାଓବାଦୀଙ୍କ ନାଲି ଆଖିକୁ ଖାତିର ନକରି ମାଲକାନଗିରି ଏସପି ହୃଷିକେଶ ଡି. ହିଲାରି ତ୍ରିରଙ୍ଗା ଉଡ଼ାଇଛନ୍ତି । ସବୁବେଳେ ମାଓ ପୋଷ୍ଟର ବ୍ୟାନର କଳାପତାକା ଦେଖି ଭୟଭୀତ ଅବସ୍ଥଆରେ ରହୁଥିବା ଲୋକେ ଏବେ ଦେଖିଛନ୍ତି ତ୍ରିରଙ୍ଗା । ଗତକାଲି ହନ୍ତାଳଗୁଡାରେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ପରେ ଏହି ତ୍ରିରଙ୍ଗା ଲଗାଯାଇଛି ।