Home ଦେଶ- ବିଦେଶ ଆତଙ୍କବାଦୀଙ୍କୁ ଘରେ ପଶି ମାରିବୁ : ନରେନ୍ଦ୍ର ମୋଦି

ଆତଙ୍କବାଦୀଙ୍କୁ ଘରେ ପଶି ମାରିବୁ : ନରେନ୍ଦ୍ର ମୋଦି

ଅହମ୍ମଦାବାଦ :ଅହମ୍ମଦାବାଦରେ ଏକ ଜନସଭାକୁ ସମ୍ବୋଧିତ କରି ମୋଦି କହିଥିଲେ ଯେ, ଆତଙ୍କବାଦକୁ ଦୃଢ ହସ୍ତରେ ଦମନ ପାଇଁ ଭାରତ ତା ନିକଟରେ ମହଜୁଦ ସମସ୍ତ ବ୍ୟବସ୍ଥାକୁ ଏଥିପାଇଁ ପ୍ରସ୍ତୁତ ରଖିଛି । ଏବର ଭାରତ ଆଉ ଆତଙ୍କବାଦୀଙ୍କୁ ପ୍ରଶୟ ଦେବ ନାହିଁ । ଏପରିକ  ଶତ୍ରୁକୁ ଘରେ ପଶି ମାରିବୁ ବୋଲି ସେ କଡ଼ା ଚେତାବନୀ ଦେଇଥିଲେ । ଯଦି ଆଉ ଗୋଟିଏ ବି ଆତଙ୍କବାଦୀ ହମ୍ଲା ଭାରତରେ ହୁଏ ତେବେ ଭାରତ ତା ନିକଟରେ ରହିଥିବା ଗୋଟିଏ ବି ସୁଯୋଗ ବା ବିକଳ୍ପକୁ ହାତଛଡ଼ା କରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।   ଶତ୍ରୁଯଦି ପାତାଳରେ ରୁହେ ତେବେ ତାକୁ ଖୋଜି ବାହାର କରାଯିବା ଆମର ନୀତି ଓ ସିଦ୍ଧାନ୍ତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ କହିଥିଲେ ଭାରତୀୟ ବାୟୁସେନାର ପରାକ୍ରମ ଉପରେ କେହି ପ୍ରଶ୍ନ କରିବା ଉଚିତ୍ ନୁହେଁ । ିରୋଧୀଙ୍କର ଯାହା କହିବାର ଅଛି ମୋତେ କୁହନ୍ତୁ । କିନ୍ତୁ ବାୟୁସେନାକୁ ସମାଲୋଚନା କରି ସେମାନଙ୍କ ମନୋବଳ ଭାଙ୍ଗିବା ଠିକ୍ ନୁହେଁ ବୋଲି ମୋଦି କହିଥିଲେ ।

ସୂଚନାଯୋଗ୍ୟ ଯେ, ପାକ୍ ଅଧିକୃତ କାଶ୍ମୀରର ବାଲାକୋଟ୍ରେ ଥିବା ଆତଙ୍କବାଦୀ ସଂଗଠନ ଜୈସର କ୍ୟାମ୍ପ ଉପରେ ଭାରତୀୟ ବାୟୁସେନାର ଏୟାରଷ୍ଟ୍ରାଇକ ପରେ ପାକିସ୍ତାନ ଏବେ ପ୍ରତିହିଂସା ପରାୟଣ ହୋଇ ଯେପରି ଭାବେ ଭାରତର ସାମରିକ ଓ ପ୍ରତିରକ୍ଷା ପ୍ରତିଷ୍ଠାନ ଉପରେ ଆକ୍ରମଣ କରିବା ଉଦ୍ଦେଶ୍ୟରେ ଆମେରିକାର ଏଫ-୧୬ ଲଢୁଆ ବିମାନକୁ ବ୍ୟବହାର କଲା ତାହା ଏବେ ତାହା ପାଇଁ ବୁମେରାଂ ସାଜିଛି । ଏହା ବ୍ୟତୀତ ପାକ୍ ତାଲିମପ୍ରାପ୍ତ ଆତଙ୍କବାଦୀମାନେ ଭାରତର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଭିଆଇବା ନେଇ ଯୋଜନା କରୁଥିବାରୁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ସତର୍କ କରାଇ ଏହା କହିଛନ୍ତି । ବର୍ତ୍ତମାନ ସ୍ଥିତି ଏପରି ରହିଛି ଯେ, ସାରାବିଶ୍ୱ ଆତଙ୍କବାଦର ବିଲୋପ ପାଇଁ ଭାରତକୁ ଦୃଢ ସମର୍ଥନ ଜଣାଇଛି । ଭାରତ ସହ ସୃଷ୍ଟି ହୋଇଥିବା ଉତ୍ତେଜନାକୁ ହ୍ରାସ କରିବା ପାଇଁ ପାକିସ୍ତାନ ବିଶ୍ୱ ସମୁଦାୟର ଦ୍ୱାରସ୍ଥ ହୋଇଥିବା ବେଳେ କେହି ବି ଗୋଟିଏ ରାଷ୍ଟ୍ର ପାକିସ୍ତାନକୁ ସାହାଯ୍ୟର ହାତ ବଢାଉନାହାନ୍ତି । କାରଣ ବିଶ୍ୱ ସମୁଦାୟକୁ ଭାରତ ବୁଝାଇବାରେ ସମର୍ଥ ହୋଇଛି ଯେ, ଏହି ସମସ୍ୟା ଭାରତ-ପାକିସ୍ତାନ ମଧ୍ୟରେ ନୁହେଁ ବରଂ ଆତଙ୍କବାଦ ବିରୋଧରେ ।

https://linksredirect.com/?cid=34199&source=linkkit&url=https%3A%2F%2Fplay.google.com%2Fstore%2Fapps%2Fdetails%3Fid%3Dcom.eterno.shortvideos