Home ରାଜ୍ୟ କମିଲା ବସ ଭଡା: ଅର୍ଡିନାରୀ ଓ ଏକ୍ସପ୍ରେସ୍ କିମି ପିଛା ୧ ପଇସା ହ୍ରାସ

କମିଲା ବସ ଭଡା: ଅର୍ଡିନାରୀ ଓ ଏକ୍ସପ୍ରେସ୍ କିମି ପିଛା ୧ ପଇସା ହ୍ରାସ

ଭୁବନେଶ୍ୱର :  ରାଜ୍ୟ ସରକାର ବସ ଭଡା ହ୍ରାସ କରିଛନ୍ତି। ଅର୍ଡିନାରୀ ଓ ଏକ୍ସପ୍ରେସ ବସଭଡା ୧ ପଇସା କମିଥିବା ବେଳେ ଡିଲକ୍ସ ଓ ଏସି ଡିଲକ୍ସ ଭଡା ୨ ପଇସା ହ୍ରାସ କରାଯାଇଛି।

ଅର୍ଡିନାରୀ ବସ ଭଡା ୬୯ରୁ ୬୮ ପଇସା  ଓ ଏକ୍ସପ୍ରେସ ବସ ଭଡା କିମି ପିଛା ୭୨ ଟଙ୍କାରୁ ୭୧ ଟଙ୍କାରୁ ହ୍ରାସ ପାଇଛି। ସେହିପରି ଡିଲକ୍ସ ବସ ଭଡା ୯୯ରୁ ୯୭ ପଇସାକୁ ହ୍ରାସ ପାଇଥିବା ବେଳେ ଏସି ଡିଲକ୍ସ ବସ ଭଡା ୧ଟା ୨୧ ପଇସାରୁ ୧ ଟଙ୍କା ୧୯ ପଇସାକୁ କମ ହୋଇଛି।