ଭଦ୍ରକ : ଗତକାଲି ଭଦ୍ରକ ଗସ୍ତ କରିଥିଲେ 5T ସଚିବ ଭି. କେ. ପାଣ୍ଡିଆନ୍‌ । ଚରମ୍ପା ସ୍ଥିତ CRSR NGOକୁ ଯାଇଥିଲେ । ଭିନ୍ନକ୍ଷମ ପିଲାଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲେ । ସେ ଏନଜିଓକୁ ଯିବାବେଳେ ପ୍ରାୟ ୭୦ ଜଣ ଭିନ୍ନକ୍ଷମ ପିଲା ଖାଇବାକୁ ବସିଥିଲେ । ଭି କେ ପାଣ୍ଡିଆନ ଓ ତାଙ୍କ ଟିମ ପିଲାଙ୍କ ସହ ବସି ମଧ୍ୟାହ୍ନ ଭୋଜନ କରିଥିଲେ । କେନ୍ଦ୍ରରେ କିଭଳି ସୁବିଧା ମିଳୁଛି ସେନେଇ ପଚାରି ବୁଝିଥିଲେ । ଏହି ସମୟରେ କେନ୍ଦ୍ରର ସମ୍ପାଦକଙ୍କ ସହ ଆଲୋଚନା କରିଥିଲେ । ପରବର୍ତ୍ତୀ ସମୟରେ କେନ୍ଦ୍ରକୁ ତୁରନ୍ତ ୨୨ ଲକ୍ଷ ୨୦ ହଜାର ଟଙ୍କା ସହାୟତା ରାଶି ଯୋଗାଇଥିଲେ ଫାଇଭ ଟି ସଚିବ । ଏହାକୁ ନେଇ କେନ୍ଦ୍ରର ପିଲା ଓ କର୍ମଚାରୀ ଖୁସି ବ୍ୟକ୍ତ କରିଛନ୍ତି । ପିଲାମାନଙ୍କ ମନୋବଳ ବଢ଼ିଥିବା କହିଛି ଏନଜିଓ ସଂସ୍ଥା ।