Home ରାଜ୍ୟ ପାନ କିମ୍ବା ମଦ ପିଇକି ଅଫିସ ଆସିଲେ ତୁରନ୍ତ ନିଆଯିବ କାର୍ଯ୍ୟାନୁଷ୍ଠାନ

ପାନ କିମ୍ବା ମଦ ପିଇକି ଅଫିସ ଆସିଲେ ତୁରନ୍ତ ନିଆଯିବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ଏଣିକି ବିଧାନସଭା କର୍ମଚାରୀମାନେ ପାନ ଖାଇପାରିବେ ନାହିଁ । ମାଦକ ଦ୍ରବ୍ୟ ବ୍ୟବହାର କରି ବିଧାନସଭା ଆସିପାରିବେ ନାହିଁ । ନିୟମ ନମାନିଲେ ଚାକିରିରୁ ବିଦା ହେବେ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ।

ରାଜ୍ୟରେ ମଧ୍ୟ ପୂର୍ବରୁ ବାହାରେ ଛେପ ପକାଇବା ପାଇଁ ବାରଣ କରାଯାଇଛି । ବିଶେଷ କରି ସର୍ବସାଧାରଣ ସ୍ଥାନ ଓ ରାସ୍ତାରେ ଏହା ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ଏହି ନିୟମ  ଉଲ୍ଲଂଘନ ଦଣ୍ଡନୀୟ ଏବଂ ଉଲ୍ଲଂଘନକାରୀ ଗଣିବେ ଜରିମାନା ବୋଲି ଘୋଷଣା କରାଯାଇଥିଲା । ବାହାରେ ଛେପ ପକାଇଲେ ୨ଶହରୁ ୫ଶହ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିବ ବୋଲି ଘୋଷଣା କରାଯାଇଥିଲା । ରାଜ୍ୟରେ ପୂର୍ବରୁ ମଧ୍ୟ ମାସ୍କ ନ ପିନ୍ଧିଲେ ଫାଇନ୍‌ ଦେବାକୁ ପଡିବ ବୋଲି ଘୋଷଣା କରାଯାଇଛି । ରାଜ୍ୟର ପ୍ରତ୍ୟେକ ବ୍ୟକ୍ତି ଘରୁ ବାହାରିବା ମାତ୍ର ମାସ୍କ ପିନ୍ଧିବା ଜରୁରୀ ବୋଲି ନିର୍ଦ୍ଦେଶ ଜାରି କରାଯାଇଛି ।