ଝାରସୁଗୁଡା ୬।୩: ଭିଜିଲାନ୍ସ ଜାଲରେ କୁଚିଣ୍ଡା NAC କାର୍ଯ୍ୟନିର୍ବାହୀ ଅଧିକାରୀ । NAC କାର୍ଯ୍ୟନିର୍ବାହୀ ଅଧିକାରୀ ଜିତେନ୍ଦ୍ରିୟ ମହାପାତ୍ରଙ୍କ ବାସଭବନ ସମେତ ଏକକାଳୀନ ୫ଟି ସ୍ଥାନରେ ଚଢାଉ ଜାରି ରଖିଛି ଭିଜିଲାନ୍ସ ଟିମ୍ ।

ଜିତେନ୍ଦ୍ରିୟଙ୍କ କୁଚିଣ୍ଡା ସ୍ଥିତ କାର୍ଯ୍ୟାଳୟ, ସମ୍ବଲପୁର ସ୍ଥିତ ବାସଭବନ, ଝାରସୁଗୁଡା ସହରରେ ଥିବା ୨ଟି ଘର ଓ କୋଲାବିରା ସ୍ଥିତ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି ।ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ରେଡ୍ କରୁଥିବା ନେଇ ଜଣାପଡିଛି । ତେବେ ତାଙ୍କର କେତେ ସମ୍ପତ୍ତି ଠାବ ହୋଇଛି ତାହା ସ୍ପଷ୍ଟ ଜଣାପଡିନାହିଁ ।