Home ରାଜ୍ୟ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦେବଗଡ଼ ପୌରନିର୍ବାହୀ ଅଧିକାରୀଙ୍କ ଘର ସମେତ ତିନିଟି ଜାଗାରେ...

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦେବଗଡ଼ ପୌରନିର୍ବାହୀ ଅଧିକାରୀଙ୍କ ଘର ସମେତ ତିନିଟି ଜାଗାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି

ଦେବଗଡ଼: ଭିଜିଲାନ୍ସ ଜାଲରେ ନିର୍ବାହୀ ଅଧିକାରୀ । ଆୟ ବର୍ହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦେବଗଡ଼ ପୌରପରିଷଦ ନିର୍ବାହୀ ଅଧିକାରୀ କୁଞ୍ଜବନ ପ୍ରଧାନଙ୍କୁ ଧରିଛି ଭିଜିଲାନ୍ସ । ତାଙ୍କ ସରକାରୀ ବାସଭବନ ଓ କାର୍ଯ୍ୟାଳୟ ସମେତ ୪ଟି ସ୍ଥାନରେ ଆଜି ଏକକାଳୀନ ଚଢ଼ାଉ ଚାଲିଛି ।

ସମ୍ବଲପୁର ଭିଜିଲାନ୍ସ ଡି.ଏସ୍‌.ପି ଦାଶରଥି ସେଠୀଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଦଳ ଦେବଗଡ ଆସି କୁଞ୍ଜବନଙ୍କ ସରକାରୀ ବାସଭବନ ଓ କାର୍ଯ୍ୟାଳୟରେ ଅଚାନକ ଚଢ଼ାଉ କରି କାଗଜପତ୍ର ଯାଞ୍ଚ ଜାରି ରଖିଛନ୍ତି । ଏହାସହ ଝାରସୁଗୁଡ଼ା ଜିଲ୍ଲା ବନ୍ଧବାହାଲ ସ୍ଥିତ ଶ୍ୱଶୁର ଘର ଓ ଗଣ୍ଡଗରା ସ୍ଥିତ ପୈତୃକ ଘରେ ବି ଚଢାଉ ଚାଲିଛି।