Home ରାଜ୍ୟ ପୋଲିସ କର୍ମଚାରୀଙ୍କୁ କରୋନା,ସୂଚନା ଦେଲା କମିସନରେଟ୍ ପୁଲିସ

ପୋଲିସ କର୍ମଚାରୀଙ୍କୁ କରୋନା,ସୂଚନା ଦେଲା କମିସନରେଟ୍ ପୁଲିସ

ପ୍ରାପ୍ତ ତଥ୍ୟ ଅନୁସାରେ, ଛୁଟିରେ ଥିବା କମିସନ୍‌ରେଟ୍‌ ପୁଲିସର ଜଣେ କର୍ମଚାରୀ କାର୍ଯ୍ୟରେ ଯୋଗ ଦେବା ପରେ ତାଙ୍କର ନମୁନା ପରୀକ୍ଷା କରାଯାଇଥିଲା ଓ ନମୁନା ପଜିଟିଭ୍‌ ଆସିଥିଲା। କରୋନା ଆକ୍ରାନ୍ତ ହୋଇଥିବା କର୍ମଚାରୀଙ୍କ ବୟସ  ୩୬ବର୍ଷ।  ତେବେ ତାଙ୍କ ଠାରେ କରୋନାର କୌଣସି ଲକ୍ଷଣ ଦେଖାଯାଇ ନ ଥିଲା। ସେ ପଜିଟିଭ ଚିହ୍ନଟ ହେବାପରେ ତାଙ୍କୁ ତୁରନ୍ତ କୋଭିଡ ହସ୍ପିଟାଲ୍‌କୁ ଚିକିତ୍ସା ଲାଗି ପଠାଯାଇଛି।  ତେବେ ସେ ରାଜ୍ୟ ବାହାରୁ ଆସିଥିବା ଶ୍ରମିକଙ୍କ ସଂସ୍ପର୍ଶରେ ଆସିଥିଲେ ବୋଲି ପ୍ରାଥମିକ ଅନୁସନ୍ଧାନରୁ ଜଣାଯାଇଛି। ଏହି କାରଣରୁ ସେ କରୋନା ଆକ୍ରାନ୍ତ ହୋଇ ପାରନ୍ତି ବୋଲି ଅନୁମାନ କରାଯାଉଛି।ତେଣୁ ଚିନ୍ତାର କୌଣସି ଅବକାଶ ନାହିଁ ବୋଲି କମିସନ୍‌ରେଟ ପୁଲିସ ପକ୍ଷରୁ କୁହାଯାଇଛି।