Home ରାଜ୍ୟ ହାଇକୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ : ରାଜ୍ୟରେ ପ୍ରବେଶ ପୂର୍ବରୁ ପ୍ରଥମେ ହେବ କରୋନା ଟେଷ୍ଟ

ହାଇକୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ : ରାଜ୍ୟରେ ପ୍ରବେଶ ପୂର୍ବରୁ ପ୍ରଥମେ ହେବ କରୋନା ଟେଷ୍ଟ

କଟକ : ପ୍ରବାସୀ ଓଡିଆଙ୍କୁ ରାଜ୍ୟକୁ ଫେରାଇ ଆଣିବା ପ୍ରସଙ୍ଗରେ ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି । ବାହାର ରାଜ୍ୟରୁ ଫେରିବା ପୂର୍ବରୁ ପ୍ରଥମେ ପ୍ରବାସୀ ଓଡିଆମାନଙ୍କର ଟେଷ୍ଟ କରାଯାଉ ବୋଲି ହାକୋର୍ଟ ସଫା ସଫା ଶୁଣାଇଦେଇଛନ୍ତି । ରିପୋର୍ଟ ନେଗେଟିଭ୍ ଆସିଲେ ସେମାନଙ୍କୁ ରାଜ୍ୟକୁଫେରାଇ ଅଣାଯାଇ ପାରିବ ବୋଲି କୋର୍ଟ କହିଛନ୍ତି ।

RT-PCR ଟେଷ୍ଟ କରିବା ଉପରେ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଯିଏ ଯେଉଁ ସ୍ଥାନରେ ଅଛି, ସେହି ସ୍ଥାନରେ ପରୀକ୍ଷା ହେବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି । ରାଜ୍ୟ ସରକାର ପରୀକ୍ଷା ଖର୍ଚ୍ଚ ବହନ କରିବେ । ଏକ ଜନସ୍ୱାସ୍ଥ୍ୟ ମାମଲାର ଶୁଣାଣୀକରି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଲକଡାଉନ ଯୋଗୁଁ ବାହାରେ ଫସି ରହିଥିବା ଓଡ଼ିଆମାନେ ଫେରି ଆସୁଥିବା ବେଳେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ।