Home ରାଜ୍ୟ ବାତିଲ ହେଲା ଯୁକ୍ତ ୨ର ଅବଶିଷ୍ଟ ପରୀକ୍ଷା

ବାତିଲ ହେଲା ଯୁକ୍ତ ୨ର ଅବଶିଷ୍ଟ ପରୀକ୍ଷା

ଭୁବନେଶ୍ବର : ଯୁକ୍ତ ୨ ର ଅବଶିଷ୍ଟ ପରୀକ୍ଷା ବାତିଲ ହୋଇଛି । ଏ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦଇଛନ୍ତି । ଯୁକ୍ତ ୨ କଳା, ବିଜ୍ଞାନ ଓ ବାଣିଜ୍ୟରେ ଅବଶିଷ୍ଟ ପରୀକ୍ଷା ବାତିଲ କରିଦିଆଯାଇଛି । ରାଜ୍ୟରେ କରୋନା ସଂକ୍ରମଣ ବ୍ୟାପୁଥିବାରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯିବା ସହ ପରୀକ୍ଷା ବାତିଲ କରାଯାଇଛି ।

ତେବେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ଥିଓରି ପେପରର ବେଷ୍ଟ ଅଫ୍ ୨/୩/୪ ଆଧାରରେ ମୂଲ୍ୟାୟନ କରାଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତ । କମ୍ପାଟେବଲ ପରୀକ୍ଷାର୍ଥୀ ପୂର୍ବ ପରୀକ୍ଷାର ବେଷ୍ଟ ଅଫ୍ ୨/୩/୪ ଆଧାରରେ ମୂଲ୍ୟାୟନ କରାଯିବ । ଜୁଲାଇ ଶେଷ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।