Home ରାଜ୍ୟ ରାଜ୍ୟରେ ସୁସ୍ଥ ହେଲେ ଆଉ ୮ କରୋନା ଆକ୍ରାନ୍ତ

ରାଜ୍ୟରେ ସୁସ୍ଥ ହେଲେ ଆଉ ୮ କରୋନା ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ ଆଉ ୮ କରୋନା ଆକ୍ରାନ୍ତ ସୁସ୍ଥ । ଯାଜପୁରରୁ ୪, ଭଦ୍ରକରୁ ୨, ବାଲେଶ୍ୱର ଓ କେନ୍ଦୁଝରରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ୧୬୬ ଜଣ ସଂକ୍ରମିତ ସୁସ୍ଥ ହୋଇ ସାରିଲେଣି ।ତେବେ ଗତକାଲି ଏକାଥରକେ ରାଜ୍ୟର ୧୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିଲେ । ସୁସ୍ଥ ହୋଇଥିବା ଆକ୍ରାନ୍ତ ସବୁ ଯାଜପୁର ଜିଲ୍ଲାର ଥିଲେ । ତେବେ ଏହାକୁ ମିଶାଇ ଯାଜପୁରରେ ସମୁଦାୟ ୪୮ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଆଜି ୪ଜଣଙ୍କୁ ମିଶାଇ ସମୁଦାୟ ୫୨ଜଣ ସୁସ୍ଥ ହେଲେ । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଏବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫୦୩ ଥିବା ବେଳେ ୧୬୬ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୩ଜଣଙ୍କର ମୃତ୍ୟୁ ଘଟିଛି।