Home ରାଜ୍ୟ ଭୁବନେଶ୍ବରରୁ ଚିହ୍ନଟ ହେଲେ ଆଉ ୯୦ କରୋନା ସଂକ୍ରମିତ

ଭୁବନେଶ୍ବରରୁ ଚିହ୍ନଟ ହେଲେ ଆଉ ୯୦ କରୋନା ସଂକ୍ରମିତ

ଭୁବନେଶ୍ୱର : ଆଜି ରାଜ୍ୟରେ ୬୧୮ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୧୦୭ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ତେବେ ବୁଧବାର ଦିନ ଭୁବନେଶ୍ୱରରୁ ୯୦ଜଣ କୋଭିଡ଼-୧୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ବରରେ ୨୪ ଘଣ୍ଟାରେ ସର୍ବାଧିକ ୯୦ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ । ସେମାନଙ୍କ ମଧ୍ୟରୁ କ୍ବାରେଣ୍ଟାଇନ୍‌ରୁ ୬୩ ଜଣ ରହିଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୨୭ ପଜିଟିଭ୍‌ ଚିହ୍ନଟ ରହିଛନ୍ତି । ସେହିପରି ୨୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ଟ୍ୱିଟ୍‌ କରି ସୂଚନା ଦେଇଛି ।

ତେବେ ଆଜି ଭୁବନେଶ୍ୱରରୁ ଚିହ୍ନଟ ହୋଇଥିବା ୯୦ଜଣ କରୋନା ସଂକ୍ରମିତଙ୍କ ମିଶାଇ ରାଜଧାନୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୫୯ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରେ ୧୧ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇସାରିଛି । ସେହିପରି ୩୮୫ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୪୬୨ ଚିକିତ୍ସାଧୀନ ରହିଛନ୍ତି ।