ଭୁବନେଶ୍ୱର : ଆଜି ବୌଦ୍ଧ ଓ ଗଞ୍ଜାମ ଜିଲ୍ଲା ଗସ୍ତେରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ପୂର୍ବାହ୍ନରେ ବୌଦ୍ଧ ଗସ୍ତରେ ଯିବେ । କଂଟାମାଳରେ ୧୧୬ କୋଟି ଟଂକାର ୪୫ଟି ବୌଦ୍ଧରେ ଓ ୭୬ କୋଟି ଟଙ୍କାରେ ୪୭ଟି ଜନହିତକାରୀ ପ୍ରକଳ୍ପର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏଥିରେ ୪ଟି ହାଇଭୋଲଟେଜ୍ ସେତୁ, ୬ଟି ସଡ଼କ ପ୍ରକଳ୍ପ ରହିଛି । ସେହିପରି କଂଟାମାଳରେ ୩୧୦ କୋଟି ୫୯ ଲକ୍ଷ ଟଙ୍କା ବ୍ୟୟରେ ୧୦ଟି ଏହାସହ ବୌଦ୍ଧରେ ୨୮ଟି ପ୍ରକଳ୍ପର  ଶିଳାନ୍ୟାସ କରିବେ ନବୀନ । ଏହାସହ ସେଠାରେ ସାଧାରଣ ସଭାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ।