Home ଅପରାଧ ଅନ୍‌ଲାଇନ୍‌ରେ ବି ଚିଟ୍‌ଫଣ୍ତ ଠକେଇ, କଟକରୁ ଦେଢ଼କୋଟି ଲୁଟ୍‌

ଅନ୍‌ଲାଇନ୍‌ରେ ବି ଚିଟ୍‌ଫଣ୍ତ ଠକେଇ, କଟକରୁ ଦେଢ଼କୋଟି ଲୁଟ୍‌

କଟକ: ଉତ୍ତରପ୍ରଦେଶର ଏକ ଅନଲାଇନ୍‌ ନେଟଵାର୍କି˚ କମ୍ପାନି କଟକରୁ ପ୍ରାୟ ଦେଢ଼କୋଟି ଟଙ୍କା ଲୁଟିନେଇଛି। କଟକ ସମେତ ପଡେ଼ାଶୀ କେନ୍ଦ୍ରାପଡ଼ା, ଜଗତସି˚ହପୁର ଓ ଯାଜପୁର ଜିଲ୍ଲାରୁ ବି ଟଙ୍କା ଲୁଟ୍‌ ହୋଇଛି। ୪ଟି ଜିଲ୍ଲାର ପ୍ରାୟ ୩୦ ହଜାର ଜମାକାରୀଙ୍କ ନିକଟରୁ ୨ କୋଟିରୁ ଅଧିକ ଟଙ୍କା ଲୁଟ୍‌ ହୋଇଥିବା କୁହାଯାଉଛି। ଜମାକାରୀମାନେ ଲୋକଲଜ୍ଜ୍ୟା ଭୟରେ ଥାନାରେ ଏତଲା ଦେଉ ନଥିବା ଘଟଣା ଏବେ ସାମନାକୁ ଆସିଛି। ଏଠି ଠକେଇରେ କଟକର ଶିକ୍ଷକ, ରେଳବାଇ ଅଧିକାରୀ, ବ୍ୟବସାୟୀ ଶିକାର ହୋଇଥିବା ସୂଚନା ମିଳିଛି।

ଉତ୍ତରପ୍ରଦେଶର ଏକ ନେଟଵାର୍କି˚ କମ୍ପାନି ଅନଲାଇନ ମାଧ୍ୟମରେ କଟକର କିଛି ଜମାକାରୀଙ୍କ ସହିତ ୨୦୨୦ ଅକ୍ଟୋବରରେ ଯୋଗାଯୋଗ କରିଥିଲା। ସର୍ତ୍ତ ରଖାଯାଇଥିଲା, ୬୫୦ ଟଙ୍କା ଦେଇ ଅନଲାଇନ୍‌ରେ ସଦସ୍ୟତା ଗ୍ରହଣ କରିବେ। ଦୈନିକ ୨୫ ଟଙ୍କା ହିସାବରେ ୬ ମାସ ଯାଏ ୪ ହଜାର ୫୦୦ ଟଙ୍କା ଦେବା ନେଇ ପ୍ରତିଶ୍ରୁତି ଦେଇଥିଲା ଉକ୍ତ ସ˚ସ୍ଥା। ସଦସ୍ୟତା ଗ୍ରହଣ କରିଥିବା ଜମାକାରୀ ନିଜ ଅଧୀନରେ ନୂଆ ଜମାକାରୀ ରଖିପାରିବେ। ଏଭଳି ଚେନ୍‌ ବ୍ୟବସ୍ଥା ହୋଇଥିଲା।