Home ଦେଶ- ବିଦେଶ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ୫୦୦୦ କୋଟିର ବ୍ୟବସ୍ଥା

କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ୫୦୦୦ କୋଟିର ବ୍ୟବସ୍ଥା

ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଦେଶର ପ୍ରବାସୀ ଶ୍ରମିକ, ରାସ୍ତାକଡ଼ ଦୋକାନୀ, କ୍ଷୁଦ୍ର ବ୍ୟବସାୟୀ, ଛୋଟ କୃଷକମାନଙ୍କ ପାଇଁ ବିଭିନ୍ନ ସହାୟତା ଯୋଜନାର ଘୋଷଣା କରିଛନ୍ତି ।

ପ୍ରାୟ ୮ କୋଟି ପ୍ରବାସୀ ଶ୍ରମିକଙ୍କ ପାଇଁ ଖାଦ୍ୟ ସୁରକ୍ଷା ଯୋଜନା  ଅଧିନରେ ୩୫୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବା ସେ ସୂଚନା ଦେଇଛନ୍ତି । ଏହି ସ୍କିମ ଅନୁସାରେ ପ୍ରବାସୀ ଶ୍ରମିକଙ୍କୁ ଆସନ୍ତା ୨ ମାସ ପର୍ଯ୍ୟନ୍ତ ମାଗଣା ଖାଦ୍ୟଶସ୍ୟ ମିଳିବ ।

ଆହୁରି ମଧ୍ୟ ରିଜର୍ଭ ବ୍ୟାଙ୍କ୍ ସୁଧ ପରିଶୋଧ ପାଇଁ ତିନି ମାସର ଆଶ୍ୱସ୍ତି ପ୍ରଦାନ କରିଛି ।ଏହା ପରର ସମସ୍ୟାକୁ ନଜରରେ ରଖି ୫୦ ହଜାର ଟଙ୍କାର ମୁଦ୍ରା ଲୋନରେ ଆସନ୍ତା ଏକ ବର୍ଷ ଯାଏଁ ସୁଦ୍ଧରେ ରିହାତି ମିଳିବ । ୩ କୋଟି ଲୋକଙ୍କୁ ଏଥିରେ ପ୍ରାୟ ୧୫୦୦ କୋଟିର ଫାଇଦା ମିଳିବ । କ୍ଷୁଦ୍ର ଦୋକାନୀ, ଠେଲାଗାଡି ବେପାରୀଙ୍କୁ ୫୦୦୦ କୋଟିର ସୁବିଧା ମିଳିବ । ସେହିପରି ଯେଉଁମାନେ ଡିଜିଟାଲ୍ ପେମେଣ୍ଟ କରିବେ ସେମାନଙ୍କୁ ମଧ୍ୟ ପୁରସ୍କୃତ କରାଯିବ । ଏଥିରେ ୫୦ ଲକ୍ଷ ଲୋକଙ୍କୁ ଲାଭ ମିଳିବ