Home ରାଜ୍ୟ କାଳିଆ ଯୋଜନା ସାରା ଦେଶକୁ ବାଟ ଦେଖାଇଛି : ମୁଖ୍ୟମନ୍ତ୍ରୀ

କାଳିଆ ଯୋଜନା ସାରା ଦେଶକୁ ବାଟ ଦେଖାଇଛି : ମୁଖ୍ୟମନ୍ତ୍ରୀ

ବରଗଡ଼ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବରଗଡ଼ ଜିଲ୍ଲା ଗସ୍ତ କରି ବିଶାଳ ଚାଷୀ ସମାବେଶ ଯୋଗଦେଇଛନ୍ତି । ଏଥିସହ ୨୫ଲକ୍ଷ ଟଙ୍କା ବ୍ୟୟରେ ହଳଧରନାଗ ସମ୍ବଲପୁରୀ କୋଶଳି ଭାଷା ଗବେଷଣା କେନ୍ଦ୍ରର ଶିଳାନ୍ୟାସ, ୪୫୫କୋଟିର ବିଜୁ ଏକ୍ସପ୍ରେସ ୱେର ଲୋକାର୍ପଣ, ବରଗଡ଼ରେ କ୍ୟାନ୍‌ସର ହସ୍‌ପିଟାଲ ସ୍ଥାପନ ହେବା ଆଦି ପ୍ରମୁଖ ଘୋଷଣା କରିଥିଲେ। ।   ୧୪ ଲକ୍ଷ ଚାଷୀଙ୍କ ଆକାଉଂଟକୁ ଆଜି କାଳିଆ ଟଙ୍କା ଯିବ ବୋଲି ବରଗଡରେ ଚାଷୀ ମହାସମାବେଶରେ ଯୋଗଦେଇ ନବୀନ କହିଛନ୍ତି ।

ଭାଗଚାଷୀ, ଭୁମିହୀନ, କୃଷୀ, ଶ୍ରମିକ ସମସ୍ତଙ୍କ ସୁବିଧାପାଇଁ କାଳିଆ ଯୋଜନା କରାଯାଇଛି। କେହି ଜଣେ ବି ଚାଷୀ ଏହି ଯୋଜନାରୁ ବଂଚିତ ହୋଇ ରହିବେ ନାହିଁ ତା ଉପରେ ମୋର ନଜର ରହିଛି। କାଳିଆ ଛାତ୍ର ବୃତ୍ତି ଯୋଜନା ପ୍ରଚଳନ କରାଯାଇଛି। ପିଲାଙ୍କୁ ଭଲ ପାଠ ପଢାନ୍ତୁ। ସେମାନଙ୍କୁ ଡାକ୍ତର ଇଂଜିନିଅର କରି ଗଢି ତୋଳନ୍ତୁ। ରାଜ୍ୟ ସରକାର ସମସ୍ତ ସାହାର୍ଯ୍ୟ ସହଯୋଗ କରିବେ ବୋଲି ମୁଖ୍ୟମନ୍ତ୍ରୀ ଉପସ୍ଥିତ ମହିଳା ଚାଷୀମାନଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ।

କେନ୍ଦ୍ର ସରକାରଙ୍କ କିଷାନ ଯୋଜନାରେ ଛୋଟ ଚାଷୀ, ଜମିନଥିବା ଚାଷୀଙ୍କୁ ସୁବିଧା ମିଳିବ ନାହିଁ । ଏହି ଯୋଜନାରେ ସମସ୍ତଙ୍କୁ  ସାମିଲ କରିବା ପାଇଁ ମୋଦିଙ୍କୁ ଚିଠି ଲେଖିବା କଥା କହିଛନ୍ତି ନବୀନ । ୬୦୦୦ ନୁହେଁ ୧୦,୦୦୦ ଟଙ୍କା ଦିଆଯାଉ । ଓଡ଼ିଶାରେ ଚାଷୀଙ୍କୁ ୦ ପ୍ରତିଶତ ସୁଧରେ ଋଣ ଦେଉଛି । ମହିଳାଙ୍କୁ ମଧ୍ୟ ମିଶନ୍ ଶକ୍ତି ମାଧ୍ୟମରେ ୦ ପ୍ରତିଶତ ସୁଧରେ ଋଣ ପ୍ରଦାନ କରୁଛନ୍ତି ରାଜ୍ୟ ସରକାର  ବୋଲି କହିଛନ୍ତି ନବୀନ ।