Home ରାଜ୍ୟ ଫିକା ଫିକା ଏ ଥର କଟକ ଦଶହରା

ଫିକା ଫିକା ଏ ଥର କଟକ ଦଶହରା

କଟକ : ପ୍ରତି ବର୍ଷ ଦୁର୍ଗା ପୂଜାରେ କଟକର ମେଢ଼ଗୁଡ଼ିକରେ ୮୦ କ୍ୱିଣ୍ଟାଲ ଚାନ୍ଦି ଓ ୫୭ କିଲୋର ସୁନା ଗହଣା ଲାଗେ । ହେଲେ ଏ ବର୍ଷ କରୋନାଜନିତ କଟକଣା ଯୋଗୁଁ ସେ ସବୁରୁ ଅଧିକାଂଶ ବ୍ୟବହାର କରାଯାଇ ନାହିଁ ।

କଟକ ସହରରେ ଥିବା ମୋଟ ୧୬୭ଟି ପୂଜା ମଣ୍ଡପ ମଧ୍ୟରୁ ୨୭ଟିରେ ଚାନ୍ଦି ମେଢ଼ ହୁଏ । ପ୍ରତି ମେଢ଼ରେ ପାଖାପାଖି ତିନି କ୍ୱିଣ୍ଟାଲ ଓଜନର ଚାନ୍ଦି ବ୍ୟବହୃତ ହୋଇଥାଏ । ଏହା ବ୍ୟତୀତ ଅଧିକାଂଶ ମଣ୍ଡପରେ ମା’ ଦୁର୍ଗା ଓ ପାର୍ଶ୍ବ ଦେବାଦେବୀଙ୍କୁ ଚାନ୍ଦିର ଆଭୁଷଣ ଓ ମୁକୁଟ ଲାଗି କରାଯାଇଥାଏ । ଏକ ଆକଳନ ମୁତାବକ କଟକ ସହରରେ ଥିବା ମଣ୍ଡପ ଗୁଡ଼ିକରେ ପ୍ରାୟ ୮୦ କ୍ୟୁଇଣ୍ଟାଲ ଚାନ୍ଦି ବ୍ୟବହାର କରାଯାଇଥାଏ ।

କଟକର ଅନେକ ମଣ୍ଡପରେ ମା’ ଦୁର୍ଗାଙ୍କ ମୂର୍ତ୍ତି ସୁନା ଅଳଙ୍କାରରେ ବି ଆଭୁଷିତ କରାଯାଇଥାଏ । ବିଶେଷ କରି ଛଅଟି ମଣ୍ଡପରେ ମା’ଙ୍କୁ ସୁନା ମୁକୁଟରେ ଆଭୁଷିତ କରାଯାଇଥାଏ । ସେଗୁଡ଼ିକ ମଧ୍ୟରୁ ଚୌଧୁରୀ ବଜାର, ଶେଖ ବଜାର ଓ ମଙ୍ଗଳାବାଗ ମଣ୍ଡପରେ ତ ମା’ଙ୍କ ସହ ପାର୍ଶ୍ବ ଦେବାଦେବୀମାନଙ୍କୁ ବି ସୁନା ମୁକୁଟ ଲାଗି କରାଯାଇଥାଏ । ଚୌଧୁରୀ ବଜାର ମଣ୍ଡପରେ ସର୍ବାଧିକ ୩୦ କେଜି ଓଜନର ସୁନା ବ୍ୟବହାର ହୋଇଥାଏ । ଏହି ମଣ୍ଡପ କଟକର ଏକ ମାତ୍ର ମଣ୍ଡପ ଯେଉଁଠି ମେଢ଼ରେ ସୁନା “କଲିକା” ଖଞ୍ଜା ଯାଇଛି । ତେବେ ମୋଟ ଦଶହରାରେ ବ୍ୟବହାର ହେଉଥିବା ସୁନାର ଓଜନ ପାଖା ପାଖି ୫୭ କେଜି ରହିଥାଏ ।