Home ରାଜ୍ୟ ଦେଶର ୨୦ ସର୍ବଶ୍ରେଷ୍ଠ ବିଶ୍ବ ବିଦ୍ୟାଳୟ ତାଲିକାରେ ‘ଶିକ୍ଷା ଓ ଅନୁସନ୍ଧାନ’

ଦେଶର ୨୦ ସର୍ବଶ୍ରେଷ୍ଠ ବିଶ୍ବ ବିଦ୍ୟାଳୟ ତାଲିକାରେ ‘ଶିକ୍ଷା ଓ ଅନୁସନ୍ଧାନ’

ଭୁବନେଶ୍ବର : କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇଥିବା ଦେଶର ସର୍ବଶ୍ରେଷ୍ଠ ବିଶ୍ବବିଦ୍ୟାଳୟ ତାଲିକାରେ ଟପ୍‌ ଟ୍ବେଣ୍ଟି (୨୦)ରେ ସ୍ଥାନ ପାଇଛି ଶିକ୍ଷା ଓ ଅନୁସନ୍ଧାନ ବିଶ୍ବ ବିଦ୍ୟାଳୟ ‘ସୋଆ’। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ଏହା ଆଜି ପ୍ରକାଶ କରିଛନ୍ତି। ଏଥିରେ ଓଭର ଅଲ୍‌ କାଟାଗୋରୀରେ ସମସ୍ତ ବିଶ୍ବବିଦ୍ୟାଳୟ କାଟାଗୋରିରେ ୨୦ ତମ ସ୍ଥାନରେ ରହିଛି ଓଡ଼ିଶାର ‘ଶିକ୍ଷା ଓ ଅନୁସନ୍ଧାନ ବିଶ୍ବ ବିଦ୍ୟାଳୟ’।

ତେବେ ଓଭର ଅଲ୍‌ ଶିକ୍ଷାନୁଷ୍ଠାନ କାଟାଗୋରିରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ ୩୮ ତାମ ସ୍ଥାନରେ ରହିଛି। ଏଥିରେ ରାଉରକେଲା ସ୍ଥିତ NIT ୩୨ ନମ୍ବର ରାଙ୍କରେ ରହିଛି। ତେବେ ମେଡିକାଲ କଲେଜ କାଟାଗୋରିରେ ସୋଆ ଅଧୀନସ୍ଥ ଆଇଏମଏସ ଆଣ୍ଡ ସମ୍‌ ମେଡ଼ିକାଲ କଲେଜ ୨୩ ନମ୍ବର ରାଙ୍କରେ ରହିଛି। ଓଡ଼ିଶାରେ ଏହା ମଧ୍ୟ ସର୍ବଶ୍ରେଷ୍ଠ ରାଙ୍କ ପାଇଛି।