ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଆଜି ଏକ ବଡ ଖବର ଆସିଛି | ଆଜି ୭୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସୁସ୍ଥ ସଂଖ୍ୟା ୧୦୦୦ ପାର ହୋଇଛି | ନୂତନ ସୁସ୍ଥ ବ୍ୟକ୍ତିଙ୍କୁ ମିଶାଇ ରାଜ୍ୟରେ ଏଯାବତ୍ ମୋଟ ୧୦୫୦ଜଣ ସୁସ୍ଥ ହୋଇଛନ୍ତି | ସୁସ୍ଥ ହୋଇଥିବା ୭୩ଜଣଙ୍କ ମଧ୍ୟରେ ବୌଦ୍ଧରୁ ୨୮ଜଣ, ପୁରୀରୁ ୧୧ଜଣ, କେନ୍ଦ୍ରାପଡାରୁ ୧୦ଜଣ, କଟକରୁ ୯ଜଣ, ଖୋର୍ଦ୍ଧାରୁ ୭ଜଣ, ମାଲକାନଗିରି ଓ ଅନୁଗୁଳ ଜିଲ୍ଲାରୁ ୨ଜଣ ଲେଖାଏଁ ଅଛନ୍ତି। ସେହିପରି ଗଞ୍ଜାମ, ବାଲେଶ୍ୱର, ଯାଜପୁର ଓ କନ୍ଧମାଳ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ରୋଗୀ ସୁସ୍ଥ ହୋଇଥିବା ନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ | ସୁସ୍ଥ ସଂଖ୍ୟା ୧୦୫୦ରେ ପହଞ୍ଚିଥିବା ବେଳେ ରାଜ୍ୟରେ ବର୍ତମାନ ୭୬୦ଟି ସକ୍ରିୟ ମାମଲା ରହିଛି | ଏହା ସହ ମୋଟ ୧୮୧୯ଜଣ କରୋନା ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି |
Another 73 #Covid19 patients have recovered and are being discharged.
28 from Boudh
11 from Puri
10 from Kendrapara
9 from Cuttack
7 from Khurda
2 each from Malkangiri & Angul
1each from Ganjam, Balasore, Jajpur & Kandhamal.Total recovered cases of #Odisha now stand at 1050.
— H & FW Dept Odisha (@HFWOdisha) May 30, 2020