Home ରାଜ୍ୟ ଜୁଲାଇ ପହିଲାରେ ଖୋଲିବ ସମସ୍ତ ବୈଷୟିକ ଶିକ୍ଷା କଲେଜ

ଜୁଲାଇ ପହିଲାରେ ଖୋଲିବ ସମସ୍ତ ବୈଷୟିକ ଶିକ୍ଷା କଲେଜ

ଭୁବନେଶ୍ୱର : ଆସନ୍ତା ଜୁଲାଇ ୧ରୁ ଖୋଲିବ ସମସ୍ତ ବୈଷୟିକ ଶିକ୍ଷା କଲେଜ । ଏନେଇ ଅଲ ଇଣ୍ଡିଆ କାଉନସିଲ ଫର ଟେକ୍ନିକାଲ ଏଜୁକେସନ (AICTE) ପକ୍ଷରୁ ସମସ୍ତ କଲେଜ ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ଜୁଲାଇ ୧ରୁ କଲେଜ ଖୋଲିବ ।

ସେହିପରି ଅଗଷ୍ଟ ୧ରୁ ନୂଆ ଆଡମିଶନ କରିଥିବା ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ । ସେହିପରି ଓପନ ଏବଂ ଡିଷ୍ଟାନ୍ସ କୋର୍ସରେ ନାଁ ଲେଖାଇବାକୁ ଥିବା ଛାତ୍ରଛାତ୍ରୀ ଜୁଲାଇ ୧୫ରୁ ଜୁଲାଇ ୩୧ ମଧ୍ୟରେ ନାଁ ଲେଖିପାରିବେ । ଏହା ଛଡ଼ା ୨୦୨୦-୨୧ ଶିକ୍ଷା ବର୍ଷରେ କୋର୍ସ ଫି ନବଢ଼ାଇବା ପାଇଁ ମଧ୍ୟ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି AICTE କର୍ତ୍ତୃପକ୍ଷ । ଯେଉଁ ଛାତ୍ରଛାତ୍ରୀଙ୍କ ପରକ୍ଷା ହୋଇ ନାହିଁ କିମ୍ବା କରୋନା ମହାମାରୀ ପାଇଁ ପରୀକ୍ଷା ଫଳ ସ୍ତଗିତ ରହିଛି । ସେମାନଙ୍କ ପାଇଁ କଲେଜ କର୍ତ୍ତୃପକ୍ଷଙ୍କୁ ନିଷ୍ପତ୍ତି ନେବାକୁ କୁହାଯାଇଛି ।