Home ଅପରାଧ ଦେହବେପାରର ଆଡ଼ାସ୍ଥଳୀ ପାଲଟିଛି ସ୍ମାର୍ଟସିଟି

ଦେହବେପାରର ଆଡ଼ାସ୍ଥଳୀ ପାଲଟିଛି ସ୍ମାର୍ଟସିଟି

ଭୁବନେଶ୍ୱର : ସେକ୍ସସିଟି ପାଲଟିଛି ଭୁବନେଶ୍ୱର ସ୍ମାର୍ଟସିଟି । ଅନ୍ଲାଇନରେ ହେଉଛି ଦେହଜୀବୀ ବୁକିଂ । ହେଲେ କମିଶନରେଟ ପୋଲିସ ମାଷ୍ଟରମାଇଣ୍ଡର ଟେରପାଉନି । ମାଲାମାଲ ହେଉଛନ୍ତି ଦେହଜୀବୀ ଓ ଦଲାଲମାନେ । ବୁକିଂ କଲେ ଆସୁଛନ୍ତି ସୁନ୍ଦରୀ ସୁନ୍ଦରୀ ଦେହଜୀବୀ । ରାଜଧାନୀରେ ଏଭଳି ଭାବରେ ଚାଲିଛି ସେକ୍ସ କାରବାର । ଭୁବନେଶ୍ୱରରେ ଗୋଟିଏ ଫୋନ୍ରେ ମିଳୁଛି ଏସକର୍ଟ ସର୍ଭିସ୍ । ମିଳିଯାଉଛନ୍ତି ସୁନ୍ଦରୀ ସୁନ୍ଦରୀ କଲ୍ଗାର୍ଲ । ଅନଲାଇନରେ ମିଳିଯାଉଛନ୍ତି ଯୁବତୀ । କିଛି ନିର୍ଦ୍ଦିଷ୍ଟ ୱେବସାଇଟ୍ରେ ମିଳିଯାଉଛନ୍ତି ଯୁବତୀ । ପ୍ରଥମରେ ଏହି ୱେବସାଇଟରେ ମିଳୁଛି ଦଲାଲଙ୍କ ନମ୍ବର । ପରେ ନମ୍ବରରେ ଯୋଗାଯୋଗ କରିବା ପରେ ସେକ୍ସ ପାଇଁ ଖୋଲାଖୋଲି ଅଫର ମିଳୁଛି । ଦଲାଲଙ୍କୁ କଲ୍ କରିବା ପରେ ନିଦ୍ୱର୍ନ୍ଦ୍ୱରେ ସେକ୍ସ ପାଇଁ ମିଳିଯାଉଛି ସମସ୍ତ ତଥ୍ୟ । ଭଳିକିଭଳି ସୁନ୍ଦରୀ ଯୁବତୀମାନଙ୍କ ଫଟୋ ଅନ୍ଲାଇନରେ ପଠାଇ ଦେଉଛନ୍ତି ଦଲାଲମାନେ । ଏପରି ଏସକର୍ଟ ସେବା ଯୋଗାଉଥିବା ଝିଅମାନଙ୍କୁ ପଇସା ଦେବାକୁ ପଡିବ ନାହିଁ ଆପଣଙ୍କୁ ଦଲାଲମାନଙ୍କୁ ଆପଣ ଟଙ୍କା ଦେଇଦେଲେ ରୁମ୍, ଖାଇବା ଜିନିଷ ତଥା ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯାଉଛି । ସୂଚନା ଅନୁଯାୟୀ, ଗୁଗୁଲରେ ବିବିଏସ୍ଆର ଏସ୍କୋର୍ଟ ସର୍ଭିସ ଲେଖି ସର୍ଚ୍ଚକରିବା ପରେ ସେଥିରେ ବହୁ ଦଲାଲଙ୍କର ନମ୍ବର ଆସିଯିବ । ପରବର୍ତ୍ତୀ ସମୟରେ ଆପଣଙ୍କୁ କଲ୍ କରିବା ପରେ ଦଲାଲମାନେ ସବୁ ଚାର୍ଟ ଦେଇଦେଉଛନ୍ତି । ରାଜଧାନୀରେ ସକ୍ରିୟ ହେଲାଣି ସେକ୍ସ ର‌୍ୟାକେଟ କାରବାର । ଯାହା ସେକ୍ସ ର‌୍ୟାକେଟ ଏବେ ବିଜନେସ୍ ପାଲଟିଛି । ରାଜଧାନୀର ଶହିଦନଗର, ବରମୁଣ୍ଡା, କଳ୍ପନା, ଲକ୍ଷ୍ମୀସାଗର, ନୟାପଲ୍ଲୀ, ରସୁଲଗଡ ଓ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବିଭିନ୍ନ ହୋଟେଲ ଓ ଦଲାଲମାନେ କାରବାର କରୁଥିବା ଜଣାପଡିଛି । ତେବେ ବଡ ପ୍ରଶ୍ନ କୁଇକ ଆକ୍ସନ ଟିମ୍, ସ୍ପେଶାଲ ସ୍କାଡ୍ ଓ କମିଶନରେଟ ପୋଲିସଙ୍କର ନଜରକୁ ଆସିପାରୁନାହିଁ । କଟକ-ଭୁବନେଶ୍ୱର କମିଶନର କହିଛନ୍ତି ଆମର ନଜର ଅପରାଧୀଙ୍କ ଉପରେ ରହିଛି । ଡିସିପିଙ୍କ ନେତୃତ୍ୱରେ ଅପରେସନ ଜାରି ରହିଛି ।

ଏହି କାରବାର ସ୍ପା, ପାର୍ଲର, ମସାଜ ସେଣ୍ଟରପରେ ଏବେ ଭଡାଘରେ ଓ ଗେଷ୍ଟ ହାଉସ ଦେହଜୀବୀଙ୍କ ଠିକଣା ପାଲଟିଛି । କିଛିଦିନ ପୂର୍ବେ କମିଶନରେଟ ପୋଲିସ ପକ୍ଷରୁ ବିଭିନ୍ନ ପାର୍ଲର ଓ ହୋଟେଲ ଚଢ଼ଉ କରାଯାଇ ସେମାନଙ୍କୁ ତଡିପାର କରାଯାଇଥିଲା । ଏବେ ପୁଣି କିଛି ଦଲାଲ ଚତୁରତାର ସହ ସେକ୍ସ ର‌୍ୟାକେଟ ବିଭିନ୍ନ ଅଞ୍ଚଳରେ ଘର ଭଡାନେଇ ଓ ଗେଷ୍ଟ ହାଉସରେ ଚଳାଉଥିବା ଜଣାପଡିଥିବାବେଳେ କମିଶନରେଟ ପୋଲିସର ମୁଣ୍ଡବିନ୍ଧାର କାରଣ ପାଲଟିଛି । ଶେଷଥର ପାଇଁ ଡିସେମ୍ବର ୭ରେ ଖଣ୍ଡଗିରିରୁ ଧରାପଡିଥିଲା ସେକ୍ସ ର‌୍ୟାକେଟ । ପୂର୍ବରୁ ମେ ୧୯ରେ ‘ଏଚ୍ଟୁଓ ସ୍ପା ଆଣ୍ଡ ହମାମ’ ଆଗରୁ ବାପୁଜୀନଗର ଅଞ୍ଚଳରେ ଏକ ସ୍ପା’ରୁ ୮ଜଣ ଥାଇଲାଣ୍ଡ ଯୁବତୀ ଓ ୭ଜଣ ଯୁବକଙ୍କୁ ଗିରଫ କରିଥିଲା ପୋଲିସ । ସେହିପରି ୨୦୧୭ ନଭେମ୍ବର ୧୯ରେ ଖାରବେଳନଗର ୟୁନିଟ-୪ ଅଞ୍ଚଳରେ ଆଉ ଏକ ହାଇପ୍ରୋଫାଇଲ ସେକ୍ସ ର‌୍ୟାକେଟ ଠାବ କରିଥିଲା ପୋଲିସ । ସେଠାରେ ବିୟୁଟିପାର୍ଲର ନାମରେ ଦେହ ବ୍ୟବସାୟ ଚାଲୁଥିଲା । ସେଠାରୁ ଉଦ୍ଧାର ହୋଇଥିବା ୩ଜଣ ବିଦେଶିନୀଙ୍କ ବିରୋଧରେ ମାମଲା ରୁଜୁ କରାଯିବା ପାଇଁ ଆଇନଗତ ତର୍ଜମା କରାଯାଇଥିଲା । ୨୦୧୬ ମାର୍ଚ୍ଚ ୨୫ରେ ଚନ୍ଦ୍ରଶେଖରପୁର ଥାନା ଅଧୀନ ଶ୍ରୀବିହାରରେ ସିକ୍ସଥ୍ ଆଭେନ୍ୟୁ ଆପାର୍ଟମେଣ୍ଟର ୪ର୍ଥ ମହଲାରେ ଥିବା ଫ୍ଲାଟ୍ରେ ସେକ୍ସ ର‌୍ୟାକେଟ ଠାବ କରାଯିବା ସହ ସେଠାରୁ ଜଣେ ବିଦେଶୀନୀଙ୍କୁ ପୋଲିସ ଠାବ କରିଥିଲା । ପ୍ରଥମଥର ପାଇଁ ରାଜଧାନୀକୁ ବିଦେଶିନୀଙ୍କୁ ଅଣାଯାଇ ସେକ୍ସ ର‌୍ୟାକେଟ କରାଯାଉଥିବା ଘଟଣା ଆଗକୁ ଆସିଲା । ପୋଲିସ ଜୁଲାଇ ମାସରେ ୟୁନିଟ୍ ୩ ଏସ୍ବିଆଇ ଅଞ୍ଚଳରୁ ୩ଜଣ ପଶ୍ଚିମବଙ୍ଗ ଯୁବତୀଙ୍କୁ ଉଦ୍ଧାର ଓ ୫ଜଣ ଗ୍ରାହକଙ୍କୁ ଗିରଫ କରାଯାଇଥିଲା । ଭୁବନେଶ୍ୱର ଓ କୋଲକାତା ର ଏଜେଣ୍ଟମାନଙ୍କ ସହାୟତାରେ ସେମାନେ ସେକ୍ସର‌୍ୟାକେଟ ଚଳାଇ ଆସୁଥିବା ସେମାନେ ସ୍ୱୀକାର କରିଥିଲେ । ସେହି ପାଖାପାଖି ସମୟରେ ପୋଲିସ ନୂଆପଲ୍ଲୀ ମସାଜ ପାର୍ଲର ନାମରେ ଭଡାଘରେ ଚାଳିଥିଲା ର‌୍ୟାକେଟ । ସେହି ଘଟଣାରେ ୩ଜଣ ଯୁବତୀ ଓ ୩ଜଣ ଯୁବକଙ୍କୁ ଅଟକ ରଖାଯାଇଥିଲା । ପ୍ରାୟ ଗୋଟିଏ ବର୍ଷ ଆଗରୁ ଖାରବେଳନଗର ଥାନା ଅଞ୍ଚଳରୁ ଗୋଟିଏ ଭଡା ଘରେ ମଧ୍ୟ ସେକ୍ସ କାର୍ଯ୍ୟରେ ଲିପ୍ତ ରହୁଥିବା ନେଇ ପୋଲିସ ବହୁ ଦେଶୀ, ବିଦେଶୀ, ରସିଆନ ଯୁବତୀଙ୍କୁ ଉଦ୍ଧାର କରାଯାଇଥିଲା । ସେହିପରି କଟକ ସହରରେ ମଧ୍ୟ ବହୁ ର‌୍ୟାକେଟ ଧରାପଡିଛି ।