Home ରାଜ୍ୟ ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ କରୋନା କଟକଣା: ଜ୍ୱର, ଥଣ୍ଡା, କାଶ ହେଲେ ମିଳିବ ୧୪...

ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ କରୋନା କଟକଣା: ଜ୍ୱର, ଥଣ୍ଡା, କାଶ ହେଲେ ମିଳିବ ୧୪ ଦିନ ଛୁଟି

ଭୁବନେଶ୍ବର: ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ କରୋନା କଟକଣା । ଜ୍ୱର, ଥଣ୍ଡା, କାଶ ହେଲେ ମିଳିବ ୧୪ ଦିନ ଛୁଟି । ସେହିପରି ସରକାରୀ କର୍ମଚାରୀଙ୍କ ଘରୁ ଯଦି କୌଣସି ବ୍ୟକ୍ତି ବିଦେଶରୁ ଫେରିଥିବେ, ତେବେ ସେହି କର୍ମଚାରୀ ମଧ୍ୟ ୧୪ ଦିନ କ୍ୱାରେଣ୍ଟାଇନ୍‌ରେ ରହିବେ । ସେହିପରି ଲୋକସେବା ଭବନକୁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । କରୋନାର ଭୟାବହତାକୁ ନଜରରେ ରଖି ଲୋକସେବା ଭବନର କର୍ମଚାରୀଙ୍କ ପାଇଁ ନୂଆ କଟକଣା ଜାରି ହୋଇଛି ।

ଲୋକସେବା ଭବନକୁ କେବଳ କର୍ମଚାରୀ ମାନେ ଯାଇପାରିବେ । କେବଳ ଏତିକି ନୁହେଁ ଭିଜିଟର ପାସ ବି ବାତିଲ କରାଯାଇଛି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପ୍ରମୁଖ ସଚିବ ସଂଜୀବ ଚୋପ୍ରା ସୂଚନା ଦେଇଛନ୍ତି । ଅନ୍ୟପଟେ ସରକାରୀଙ୍କ କର୍ମଚାରୀଙ୍କ ପାଇଁ ମଧ୍ୟ କଟକଣା ଜାରି ହୋଇଛି ।

ସରକାର କରୋନା ମୁକାବିଲା ପାଇଁ ସର୍ବଦା ସତର୍କ ଅଛନ୍ତି । ପ୍ରତିଦିନ ମିଟିଂ ଆୟୋଜିତ ହେଉଛି । ସମସ୍ତ ସରକାରୀ ଅଫିସ ଟଏଲେଟରେ ହ୍ୟାଣ୍ଡୱାସ ଓ ଲିକ୍ୱିଇଡ଼୍ ରଖିବା ସହ ସଫାସୁତୁରା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବ୍ୟକ୍ତିଗତ ସ୍ୱଚ୍ଛତା ସହ ପ୍ରବେଶ ପଥରେ ସାନିଟାଇଜ୍ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି । ଏହାଦ୍ୱାରା ସମସ୍ତ ବିଭାଗ ସଚେତନ ହେବା ସହ ଅନ୍ୟ ସମସ୍ତଙ୍କୁ ସଚେତନ କରାଇବେ ।