Home ରାଜ୍ୟ ଖୋର୍ଦ୍ଧା ଜିଲ୍ଲାରେ ବଢିଲା କଟକଣା : ଦିନ ୨ଟାରୁ ସକାଳ ୬ଟା ଯାଏଁ ସଟ୍‌ଡାଉନ୍

ଖୋର୍ଦ୍ଧା ଜିଲ୍ଲାରେ ବଢିଲା କଟକଣା : ଦିନ ୨ଟାରୁ ସକାଳ ୬ଟା ଯାଏଁ ସଟ୍‌ଡାଉନ୍

ଖୋର୍ଦ୍ଧା : ଖୋର୍ଦ୍ଧା ସବ୍‌ଡିଭିଜନ୍‌ରେ ୧୬ଘଣ୍ଟିଆ ସଟ୍‌ଡାଉନ୍‌। ଦିନ ୨ରୁ ସକାଳ ୬ ଯାଏ ଔଷଧ ଦୋକାନ ଓ ପେଟ୍ରୋଲ ପମ୍ପ ଛାଡି ସବୁ ବନ୍ଦ ରଖାଯିବ। ଏହା ଛଡା ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିବ। ଜିଲ୍ଲାରେ ସଂକ୍ରମଣ ବଢୁଥିବାରୁ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୪୧୬୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୨୯୫ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୨୮୫୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ଖୋର୍ଦ୍ଦା ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୩୬୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୫୬ଜଣ ସୁସ୍ଥ ହୋଇ ଘରକୁ ଫେରିସାରିଛନ୍ତି । ଏବଂ ୧୦୪ଜଣ ମେଡିକାଲରେ ଚିକିତ୍ସାଧୀନ ରହିଛନ୍ତି । ଗତ କିଛି ଦିନ ହେଲା ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହାକୁ ଦେଖି ଜିଲ୍ଲାପାଳ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି । ଜିଲ୍ଲାରେ କିପରି ସଂକ୍ରମଣକୁ ରୋକାଯାଇପାରିବ ସେଥିପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଇଛି ।

ତେବେ ଖୋର୍ଦ୍ଧା ଜିଲ୍ଲାରେ ଏହି କଟକଣା ଲାଗୁ ହୋଇଥିବା ବେଳେ ଭୁବନେଶ୍ବର ମହାନଗର ନିଗମ(BMC) ପାଇଁ ଲାଗୁ ହେବନାହିଁ ନିୟମ । ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଯେଉଁ ସବୁ ଅଞ୍ଚଳ ଆସୁଛି । ସେହିସବୁ ପାଇଁ ବିଏମ୍‌ସି ପକ୍ଷରୁ ଜାରି କରାଯାଇଥିବା ଗାଇଡ୍‌ଲାଇନ୍‌ ଅନୁସାରେ ପାଳନ କରାଯିବ । ଜିଲ୍ଲାପାଳଙ୍କ ପକ୍ଷରୁ ଜାରି କରାଯାଇଥିବା ସମସ୍ତ ନିୟମକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।