Home ଦେଶ- ବିଦେଶ ଭାଇରାଲ : ଜୈଶ୍‌ ମୁଖ୍ୟ ମାସୁଦ୍‌ ମୃତ ?

ଭାଇରାଲ : ଜୈଶ୍‌ ମୁଖ୍ୟ ମାସୁଦ୍‌ ମୃତ ?

ନୂଆଦିଲ୍ଲୀ: ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ସଙ୍ଗଠନର ମୁଖ୍ୟ ମସୁଦ ଆଝାରଙ୍କ ମୃତ୍ୟୁ ଘଟିଥିବା ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ମାର୍ଚ୍ଚ ୨ ଅର୍ଥାତ୍‌ ଶନିବାର ପାକିସ୍ତାନ ସେନାର ଇସଲାମାବାଦ୍‌ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। । ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ବେଶ ସକ୍ରିୟ ଥିବା ଜୈଶ ଆତଙ୍କୀ ସଂଗଠନକୁ ପ୍ରତିଷ୍ଠା କରିଥିଲା ନିଜେ ମାସୁଦ। ଯଦିଓ ପାକିସ୍ତାନ ସରକାର ଏପର୍ଯ୍ୟନ୍ତ ଏହି ଖବରକୁ ନିଶ୍ଚିତ କରିନାହାନ୍ତି, ଭାରତ ପକ୍ଷରୁ କରାଯାଇଥିବା ଏୟାର ଷ୍ଟ୍ରାଇକ୍‌ରେ ମାସୁଦ୍‌ ଗୁରୁତର ଭାବରେ ଅସୁସ୍ଥ ହୋଇଥିବା ନେଇ ପାକିସ୍ତାନର ସ୍ଥାନୀୟ କିଛି ଗଣମାଧ୍ୟମ ଖବର ପ୍ରକାଶ କରିଥିଲେ।

ସୂଚନାଯୋଗ୍ୟ ଯେ, ଭାରତର ସଂସଦ ଉପରେ ଆକ୍ରମଣ ଏବଂ ପୁଲ୍‌ୱାମା ଆକ୍ରମଣର ମାଷ୍ଟର ମାଇଣ୍ଡ ମାସୁଦ୍‌। ହରକତ-ଉଲ-ମୁଜାହିଦ୍ଦୀନ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ସହଯୋଗରେ ଭାରତର ଆଇସି- ୮୧୪ ବିମାନକୁ ଅପହରଣ କରି ବଦଳରେ ଭାରତରେ ବନ୍ଦୀ ଥିବା ମାସୁଦ ଆଝାର ଏବଂ ତା’ର ସହଯୋଗୀମାନଙ୍କୁ ନେଇ ଯାଇଥିଲା। ଫଳରେ ମାସୁଦ୍‌ ନୂଆ ଜୀବନ ପାଇ କଶ୍ମୀର ଉପତ୍ୟକାରେ ହଙ୍ଗାମା ଚଳାଇ ଆସିଥିଲା।