Home ରାଜ୍ୟ ନବୀନ ନିବାସରେ ଦିଲ୍ଲୀପ ତିର୍କୀ ଏବଂ ପଦ୍ମଶ୍ରୀ ହଳଧର ନାଗ

ନବୀନ ନିବାସରେ ଦିଲ୍ଲୀପ ତିର୍କୀ ଏବଂ ପଦ୍ମଶ୍ରୀ ହଳଧର ନାଗ

ଭୁବନେଶ୍ୱର: ଗତ ୪ ଦିନ ଧରି ଲଗାତର ଭାବେ ନବୀନ ନିବାସ ଆଗରେ ଦେଖିବାକୁ ମିଳୁଛି ଶହ ଶହ ନେତାଙ୍କ ସହ କର୍ମୀଙ୍କ ଭିଡ । ସୁନ୍ଦରଗଡର ପୂର୍ବତନ ସାଂସଦ ଦିଲ୍ଲୀପ ତିର୍କୀ ଆଜି ଦିଲ୍ଲୀପ ତିର୍କୀଙ୍କୁ ନବିନ ନିବାସରେ ଦେଖିବାକୁ ମିଳିଛି ।  ତେବେ ଦଳର ସଭାପତି ଯାହା ବି ନିଷ୍ପତି ନେବେ ତାକୁ ପାଳନ କରିବେ ବୋଲି କହିଛନ୍ତି ଦିଲ୍ଲୀପ ତିର୍କୀ । ଠିକ୍ ସେହିପରି ପଦ୍ମଶ୍ରୀ ହଳଧର ନାଗ ବି ଆଜି କିଶୋର ମହାନ୍ତି ଏବଂ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ସହ ନବୀନ ନିବାସରେ ପହଞ୍ଚିଥିଲେ। ହଳଧର ନାଗ ନବୀନ ନିବାସରେ ପହଂଚିବାପରେ ସେ ପ୍ରତ୍ୟକ୍ଷ ରାଜନୀତିରେ ଏଂଟ୍ରି କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ସେ କେଉଁ ଆସନରୁ ଲଢିବେ, ଟିକେଟ ପାଇଁ ଆଶାୟୀ ଅଛନ୍ତି କି ନାହାନ୍ତି ସେନେଇ କିଛି ସ୍ପଷ୍ଟ ହୋଇନାହିଁ ।

ସେପଟେ ନବୀନ ନିବାସରେ ଗତକାଲି ରାତିରେ ବି ନେତାଙ୍କ ଭିଡ ଦେଖିବାକୁ ମିଳିଥିଲା । ଦଳର ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂଦଓ, ପିନାକୀ ମିଶ୍ର, ଅନନ୍ତ ଦାସଙ୍କ ସମେତ ଅନ୍ୟ ନେତା ନବୀନ ନିବାସ ଆସିଥିଲେ । ଆଗାମୀ ନିର୍ବାଚନରେ ନିର୍ବାଚନ ନ ଲଢିବାକୁ ଘୋଷଣା କରିଛନ୍ତି ଅନଙ୍ଗ ଉଦୟ । ସେ କହିଛନ୍ତି, ଆଗାମୀ ନିର୍ବାଚନରେ ନବୀନ ପଟ୍ଟନାୟଙ୍କ ବିଜୟ ହେବ ।