Home ରାଜ୍ୟ ଆଜି ବାହାରିଥିବା ୧୦୨ ସଂକ୍ରମିତଙ୍କ ତଥ୍ୟ,ଜଣାନ୍ତୁ

ଆଜି ବାହାରିଥିବା ୧୦୨ ସଂକ୍ରମିତଙ୍କ ତଥ୍ୟ,ଜଣାନ୍ତୁ

ଭୁବନେଶ୍ବର : ମଙ୍ଗଳବାର ରାଜ୍ୟରେ ଆଉ ୧୦୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୭୮ରେ ପହଞ୍ଚିଛି । ତେବେ ସମସ୍ତ ୧୦୨ ସଂକ୍ରମିତଙ୍କ ତଥ୍ୟ । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

୧୦୨ ସଂକ୍ରମିତଙ୍କ ମଧ୍ୟରୁ ଯାଜପୁର ଜିଲ୍ଲାରୁ ସର୍ବାଧିକ ୩୧ ଜଣ ରହିଥିବାବେଳେ ଜଗତସିଂହପୁର ଜିଲ୍ଲାରୁ ୨୩ ଜଣ, ଭଦ୍ରକ ଜିଲ୍ଲାରୁ ୨୧ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୮ଜଣ, କଟକରୁ ୪ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୪ଜଣ, ପୁରୀ ଜିଲ୍ଲାରୁ ୪ଜଣ, ଅନୁଗୋଳ ଜିଲ୍ଲାରୁ ୨ଜଣ, ବାଲେଶ୍ବର ଜିଲ୍ଲାରୁ ୨ଜଣ, ସମ୍ବଲପୁର ଜିଲ୍ଲାରୁ ୨ଜଣ ଏବଂ ନୟାଗଡ ଜିଲ୍ଲାରୁ ଜଣେ ରହିଛନ୍ତି ।