ଭୁବନେଶ୍ବର,: ରାଜ୍ୟ ସରକାର ଆଜି ଓଏଏସ୍ ସ୍ତରରେ ଅଦଳ ବଦଳ କରିଛନ୍ତି। ଶ୍ରମ ଓ ଇଏସ୍ଆଇ ବିଭାଗରେ ଅତିରିକ୍ତ ଶାସନ ସଚିବ ସୁଧାକର ବର୍ଗୀଙ୍କୁ ଓମ୍ବାଡ୍ସିର ମହାପ୍ରବନ୍ଧକ ଭାବେ ଦାୟିତ୍ବ ଦିଆଯାଇଛି। ସେହିପରି ଓରେଡ଼ାର ଉପସଚିବ ଥିବା ବିଷ୍ଣୁପ୍ରିୟା ସାହୁଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗର ଉପସଚିବ ଭାବେ ନିଯୁକ୍ତ କରାଯାଇଛି। ଏମାନଙ୍କ ସହିତ ମୋଟ ୮ଜଣ ଓଏଏସ୍ ଅଧିକାରୀଙ୍କର ବଦଳି କରାଯାଇଛି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
https://linksredirect.com/?cid=34199&source=linkkit&url=https%3A%2F%2Fplay.google.com%2Fstore%2Fapps%2Fdetails%3Fid%3Dcom.eterno.shortvideos