Home ରାଜ୍ୟ ପଶ୍ଚିମ ଓଡ଼ିଶାରୁ ପ୍ରଥମ କରୋନା ପଜିଟିଭ ଚିହ୍ନଟ, ଓଡ଼ିଶାରେ ପଜିଟିଭ୍ ସଂଖ୍ୟା ୨୧କୁ ବୃଦ୍ଧି

ପଶ୍ଚିମ ଓଡ଼ିଶାରୁ ପ୍ରଥମ କରୋନା ପଜିଟିଭ ଚିହ୍ନଟ, ଓଡ଼ିଶାରେ ପଜିଟିଭ୍ ସଂଖ୍ୟା ୨୧କୁ ବୃଦ୍ଧି

158
Concept to represent the 2020 virus threat Coronavirus, blood in a test tube.

ଭୁବନେଶ୍ୱର: ଆଜି ପୁଣି ଜଣେ କରୋନା ପଜିଟିଭ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ଏଥର କରୋନା ପଜିଟିଭ ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣକ ପଶ୍ଚିମ ଓଡ଼ିଶାର ବାସିନ୍ଦା । ରାଜ୍ୟର ୨୧ ନମ୍ବର କରୋନା ଆକ୍ରାନ୍ତ ବ୍ୟକ୍ତି କଳାହାଣ୍ଡି ଜିଲ୍ଲା ନିବାସୀ । ଏହି ୨୯ ବର୍ଷିଅ ଯୁବକଙ୍କ ସ୍ୱାବ ନମୁନା ପଜିଟିଭ ଚିହ୍ନଟ ହୋଇଛି । ସଂପୃକ୍ତ ଯୁବକ  କିଛି ଦିନ ପୂର୍ବରୁ ବାହାରିନରୁ ଫେରିଥିଲେ । ତାଙ୍କଠାରେ କରୋନାର କୌଣସି ଲକ୍ଷଣ ପରିଲକ୍ଷିତ ହୋଇ ନ ଥିବା ସୂଚନା ରହିଛି।