Home ରାଜ୍ୟ ଆଜି ଚିହ୍ନଟ ହୋଇଥିବା ୧୦୧ ଜଣ ରୋନା ପଜିଟିଭଙ୍କ ମଧ୍ୟରୁ ୯୦ ଜଣ ବାହାର ଫେରନ୍ତା

ଆଜି ଚିହ୍ନଟ ହୋଇଥିବା ୧୦୧ ଜଣ ରୋନା ପଜିଟିଭଙ୍କ ମଧ୍ୟରୁ ୯୦ ଜଣ ବାହାର ଫେରନ୍ତା

ଭୁବନେଶ୍ୱର: ରାଜ୍ୟରେ ଆଜି ସକାଳୁ ୧୦୧ ଜଣ ନୂଆ କରୋନା ପଜିଟିଭ ୯୦ ଜଣ ବାହାର ରାଜ୍ୟରୁ ଆସିଥିଲେ ।ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ ଟୁଇଟ ଜରିଆରେ ଏହି ସୂଚନା ଦେଇଛି । ଏଥିରେ କୁହାଯାଇଛି ଯେ, ବାହାରୁ ଆସି ଥିବା ଏହି ପ୍ରବାସୀଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଥିଲା । ସେଠାରେ ସେମାନଙ୍କର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା । ଏବେ ପରୀକ୍ଷା ରିପୋର୍ଟ ପଜିଟିଭ ଆସିଛି । କ୍ୱାରେଣ୍ଟାଇନରୁ ୯୦ ଜଣ ପଜିଟଭ ଚିହ୍ନଟ ହୋଇଥିବା ବେଳେ କଣ୍ଟେନମେଣ୍ଟ ଜୋନର ୮ ଜଣ ଓ ଅନ୍ୟ ସ୍ଥାନରୁ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗଂଜାମ ଜିଲ୍ଲାରେ ଆଜି ସର୍ବାଧିକ ୫୨ ଜଣ କରୋନ ପଜିଟିଭ ଚିହ୍ନଟ ହୋଇଥିବା ବେଳେ କେନ୍ଦୁଝର ଜିଲ୍ଲାରୁ ୨ ଜଣ ଓ ଯାଜପୁର ଜିଲ୍ଲାରୁ ୭ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ପଜିଟିଭ ଚିହ୍ନଟ ହୋଇଛନ୍ତି ।