Home ଅପରାଧ ନିଜ ହାତ କାଟି ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ !

ନିଜ ହାତ କାଟି ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ !

ସମ୍ବଲପୁର: ହାତ କାଟି ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ। ସମ୍ବଲପୁର କଚେରୀ ଛକରେ ଜଣେ ଯୁବତୀ ନିଜର ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଯୁବତୀ ଜଣଙ୍କ ସମ୍ବଲପୁର ମହାନଦୀର ଦ୍ବିତୀୟ ସେତୁ ପଟକୁ ଚାଲି ଚାଲି ଯାଉଥିବାବେଳେ କଚେରୀ ଛକର ସହିଦ ସ୍ତମ୍ଭ ନିକଟରେ ଚେତାଶୂନ୍ୟ ହୋଇପଡିଯାଇଥିଲେ । ସମ୍ବଲପୁର ଏସ୍ ପି ଅଫିସ ନିକଟରେ ଏହି ଅଘଟଣ ଘଟିଛି। ଯୁବତୀ ଜଣକ କୌଣସି କାରଣରୁ ମହାନଦୀର ଦ୍ବିତୀୟ ସେତୁ ଉପରୁ ଆତ୍ମହତ୍ୟା ପାଇଁ ଯାଉଥିଲେ ବୋଲି ସନ୍ଦେହ କରାଯାଉଛି । ସ୍ଥାନୀୟ ଲୋକ ଓ ପୋଲିସ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଯୁବତୀଙ୍କ ପରିଚୟ ମିଳିପାରିନାହିଁ ।