Home ରାଜ୍ୟ ଜିଆଇ ଉତ୍ସବରେ ସାମିଲ ହେବ ଓଡ଼ିଶାର ୪ ଉତ୍ପାଦ

ଜିଆଇ ଉତ୍ସବରେ ସାମିଲ ହେବ ଓଡ଼ିଶାର ୪ ଉତ୍ପାଦ

ଭୁବନେଶ୍ୱର, ଜାନୁଆରୀ ୮(ଲୋକାଲ ୱାୟାର): ସର୍ବଭାରତୀୟ ଜିଆଇ ଉତ୍ସବରେ ପ୍ରଦର୍ଶିତ ହେବ ଓଡ଼ିଶାର ୪ଟି ଉତ୍ପାଦ ।

ଜାନୁଆରୀ ୯ରୁ ଆରମ୍ଭ ହେବାକୁ ଯାଉଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟର ୪ଟି ଜିଆଇ ମାନ୍ୟତାପ୍ରାପ୍ତ ଉତ୍ପାଦ ପ୍ରଦର୍ଶିତ ହେବା ଲାଗି ନିଶ୍ଚିତ ହୋଇଛି । ସେ ଭିତରେ ରହିଛି ପିପିଲି ଚାନ୍ଦୁଆ, ପଟ୍ଟଚିତ୍ର, ଓଡ଼ିଶା ଇକ୍କତ୍ ଓ କନ୍ଧମାଳ ହଳଦୀ । ଚାନ୍ଦୁଆ ପାଇଁ ଜିଆଇ ଅଥରାଇଜଡ଼ ୟୁଜର ଦେବୀପ୍ରସାଦ ନନ୍ଦ, ସୌଦାମିନୀ ସ୍ୱାଇଁଙ୍କ ଦ୍ୱାରା ପଟ୍ଟଚିତ୍ର କଳା ପ୍ରଦର୍ଶନୀ ପାଇଁ ପଞ୍ଜିକୃତ ହୋଇଛି । ଏହାବ୍ୟତୀତ ସାବତ ଏକ୍ସପର୍ଟ ଲିମିଟେଡ ଦ୍ୱାରା ଓଡ଼ିଶା ଇକ୍କତ୍ ଏବଂ କସମ୍ ଦ୍ୱାରା କନ୍ଧମାଳ ହଳଦୀ ମଧ୍ୟ ପ୍ରଦର୍ଶନୀରେ ସ୍ଥାନିତ ହେବ । ତେଲଙ୍ଗାନା ସରକାରଙ୍କ ପକ୍ଷରୁ କନଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି(ସିଆଇଆଇ) ଏବଂ ବାଣିଜ୍ୟ ମନ୍ତ୍ରାଳୟ ଅଧୀନ ଡିପାର୍ଟମେଣ୍ଟ ଫର୍ ପ୍ରମୋସନ ଅଫ୍ ଇଣ୍ଡଷ୍ଟ୍ରି ଆଣ୍ଡ୍ ଇଣ୍ଟରନାଲ୍ ଟ୍ରେଡ୍(ଡିପିଆଇଆଇଟି)ର ମିଳିତ ଆନୁକୂଲ୍ୟରେ ଏ ଉତ୍ସବ ଆୟୋଜିତ ହୋଇଛି । ଯାହାକୁ ୯ତାରିଖ ଦିନ କେନ୍ଦ୍ର ମନ୍ତ୍ରୀ ପିୟୂଷ ଗୋଏଲ୍ ଉଦଘାଟନ କରିବେ । ଏହା ଫେବ୍ରୁଆରୀ ୮ପର୍ଯ୍ୟନ୍ତ ଚାଲିବ । ଅଲାଇନରେ ଜିଆଇ ଉତ୍ପାଦର ପ୍ରଦର୍ଶନ ଓ କିଣାବିକା ସାଙ୍ଗକୁ ବ୍ରାଣ୍ଡିଂ ଓ ଜିଆଇ ମାନ୍ୟତା ବାବଦରେ ଆଲୋଚନା ହେବ ।