Home ରାଜ୍ୟ ଆଉ ୧୦ ପଜିଟିଭ ଚିହ୍ନଟ: ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧୯ରେ ପହଞ୍ଚିଲା

ଆଉ ୧୦ ପଜିଟିଭ ଚିହ୍ନଟ: ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧୯ରେ ପହଞ୍ଚିଲା

ଭୁବନେଶ୍ୱର : ରାଜ୍ୟରେ ଗୁରୁବାର ସନ୍ଧ୍ୟାରେ ଆଉ ୧୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଗଞ୍ଜାମ ଜିଲାର ୭ ଥିବାବେଳେ ଭୁବନେଶ୍ୱରର ୩ ଆକ୍ରାନ୍ତ ରହିଛନ୍ତି। ଭୁବନେଶ୍ୱରର ୩ ଆକ୍ରାନ୍ତଙ୍କ ଘର ମଞ୍ଚେଶ୍ୱର, ଭିଏସ୍‌ଏସ୍‌ ନଗର ଓ ସୂର୍ଯ୍ୟନଗର ଅଞ୍ଚଳରେ। ୩ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ ୩୬, ୩୪, ୬୭ । ସେହିପରି ଗଞ୍ଜାମର ୭ ଆକ୍ରାନ୍ତ ପୁରୁଷ ଏବଂ ସେମାନେ ସୁରଟ ଫେରନ୍ତା ବୋଲି ସୂଚନା ଓଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୯ରେ ପହଞ୍ଚିଛି।