Home ଖେଳ ୮ରନ୍ ରେ ଜିତିଲା ଭାରତ

୮ରନ୍ ରେ ଜିତିଲା ଭାରତ

India's Virat Kohli celebrates his hundred during the second one-day international cricket match between India and Australia in Nagpur, India, Tuesday, March 5, 2019. (AP Photo/Rajanish Kakade)

ନାଗପୁର : ମଙ୍ଗଳବାର ନାଗପୁରର ଭିସିଏ ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ସିରିଜ୍ର ଦ୍ୱିତୀୟ ଏକଦିବସୀୟ ମ୍ୟାଚ୍ରେ ରୋମାଞ୍ଚକର ବିଜୟ ହାସଲ କରିଛି ବିରାଟ କୋହଲିଙ୍କ ନେତୃତ୍ୱାଧିନ ଭାରତୀୟ କ୍ରିକେଟ୍ ଟିମ୍ । ଫଳରେ ଭାରତ ଏବେ ଏହି ୫ ଟିକିଆ ଏକଦିବସୀୟ ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ୨-୦ରେ ଆଗୁଆ ହୋଇଯାଇଛି । ଏହାପୂର୍ବରୁ ହାଇଦ୍ରାବାଦ୍ରେ ଖେଳାଯାଇଥିବା ପ୍ରଥମ ଏକଦିବସୀୟ ମ୍ୟାଚ୍କୁ ମଧ୍ୟ ଭାରତ ଜିତି ନେଇଥିଲା । ତେବେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍ ରେ ଅଷ୍ଟ୍ରେଲିଆ ଟିମ୍ ଅଧିନାୟକ ଆରୋନ୍ ଫିଞ୍ଚ୍ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ଅଷ୍ଟ୍ରେଲିଆ ଟିମ୍ ବୋଲରମାନେ ମଧ୍ୟ ଅଧିନାୟକଙ୍କ ଏହି ନିଷ୍ପତ୍ତିକୁ ସଠିକ୍
ସାବ୍ୟସ୍ତ କରି ଭାରତୀୟ ଟିମ୍କୁ ୪୮.୨ ଓଭରରେ ମାତ୍ର ୨୫୦ ରନ୍ ରେ ଅଲଆଉଟ୍ କରିଦେଇଥିଲେ । ଭାରତୀୟ ଟିମ୍ର ଅଧିନାୟକ ବିରାଟ କୋହଲିଙ୍କ ଦମ୍ଦାର ଶତକ ବ୍ୟତିତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ପ୍ରଭାବୀ ପ୍ରଦର୍ଶନ କରିପାରି ନଥିଲେ । ତେବେ ଭାରତୀୟ ବୋଲରଙ୍କ
ଦମ୍ଦାର ପ୍ରଦର୍ଶନ ୨୫୧ରନ୍ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ବ୍ୟାଟିଂ ପାଇଁ ଓହ୍ଲାଇଥିବା ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍ଙ୍କ ପାଇଁ ସଙ୍କଟ ସୃଷ୍ଟି କରିଥିଲା । ନିୟମିତ ବ୍ୟବଧାନରେ ୱିକେଟ୍ର ପତନ ଯୋଗୁଁ ଅଷ୍ଟ୍ରେଲିଆ ଟିମ୍ ୪୯.୩ ଓଭରରେ ୨୪୨ ରନ୍ କରି ଅଲଆଉଟ୍ ହୋଇଯାଇଥିଲା । ଶେଷ ଓଭରରେ ଅଷ୍ଟ୍ରେଲିଆକୁ ୧୧ରନ୍ କରିବାକୁ ଥିବା ବେଳେ ଅଷ୍ଟ୍ରେଲିଆ ବିଫଳ ହୋଇଥିଲା ।
ଫଳରେ ଭାରତ ଏହି ମ୍ୟାଚ୍କୁ ୮ ରନ୍ ରେ ଜିତି ନେଇଛି । ଅଷ୍ଟ୍ରେଲିଆ ତରଫରୁ ମାର୍କର ଷ୍ଟୋନିସ ୫୨ରନ୍ ଇନିଂସ ଖେଳିଥିଲେ । ଏହି ବିଜୟ ଫଳରେ ଏକଦିବସୀୟ ମ୍ୟାଚ୍ ଭାରତ ୫୦୦ତମ ବିଜୟ ହାସଲ କରିଛି । ୮ ତାରିଖରେ ରାଞ୍ଚିରେ ଖେଳାଯିବାକୁ ଥିବା ତୃତୀୟ ଦିନିକିଆ
ମ୍ୟାଚ୍ ଜିତି ସିରିଜ୍ ହାତେଇବାକୁ ଭାରତୀୟ ଟିମ୍ ଲକ୍ଷ୍ୟ ରଖିଛି ।