Home ରାଜ୍ୟ ଦାରୁଠେଙ୍ଗ ଡମ୍ପିଂ ୟାର୍ଡ଼ ସ୍ଥାନାନ୍ତର ଦାବି ପୂରଣ ନ ହେଲେ ଆତ୍ମାହୂତି ଦେବି: ସୁର ରାଉତରାୟ

ଦାରୁଠେଙ୍ଗ ଡମ୍ପିଂ ୟାର୍ଡ଼ ସ୍ଥାନାନ୍ତର ଦାବି ପୂରଣ ନ ହେଲେ ଆତ୍ମାହୂତି ଦେବି: ସୁର ରାଉତରାୟ

ଭୁବନେଶ୍ୱର : ଭୁବନେଶ୍ୱରରେ ଥିବା ଦାରୁଠେଙ୍ଗ ଡମ୍ପିଂ ୟାର୍ଡ଼ରେ ସମସ୍ତ ଅଳିଆ ଆବର୍ଜନ ଠୁଳ ହେଉଛି । ଯାହା ଦ୍ୱାରା ଦ୍ୱାରା ବାୟୁ ପ୍ରଦୂଷଣ ହେଉଛି । ଯାହା ଫଳରେ ଲୋକେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଭୁବନେଶ୍ୱର ଦାରୁଠେଙ୍ଗ ଡମ୍ପିଂ ୟାର୍ଡ଼ ସ୍ଥାନାନ୍ତର କରିବାକୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଦାବୀ କରିଛନ୍ତି । ବାରମ୍ବାର ଏନେଇ ଦାବୀ ଜଣାଇ ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିବା ପରେ ମଧ୍ୟ କୈାଣସି ସମସ୍ୟାର ସମାଧାନ ହୋଇନାହିଁ । ଏହା ସହ ଜଟଣୀ ଅଂଚଳର ୨୭ଟି ଗାଁର ଜମି ଫେରାଇବାକୁ ମଧ୍ୟ ସେ ଦାବୀ କରିଛନ୍ତି । ଏହି ସବୁ ଗାଁରେ କୈାଣସି ସରକାରୀ ଯୋଜନା ୧୦ବର୍ଷରେ କାର୍ୟ୍ୟକାରୀ ହୋଇନାହିଁ । ତେଣୁ ଜାନୁଆରୀ ୨୬ ସୁଦ୍ଧା ଅର୍ଥାତ ୩୫ ଦିନର ମହଲତ ଦେଇ ଏହି ସବୁ ଦାବ ପୂରଣ ନହେଲେ ନବୀନ ନିବାସ ଘେରାଉ କରିବା ସହ ଆତ୍ମାହୁତି ଦେବାକୁ ଚେତାବନୀ ଦେଇଛନ୍ତି ସୁର ।