Home ରାଜ୍ୟ ଖଣ୍ଡପଡ଼ା ବିଧାୟକ ତଥା ଦୈନିକ ଖବରକାଗଜ’ସମ୍ବାଦ’ ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ କରୋନା ପଜିଟିଭ I

ଖଣ୍ଡପଡ଼ା ବିଧାୟକ ତଥା ଦୈନିକ ଖବରକାଗଜ’ସମ୍ବାଦ’ ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ କରୋନା ପଜିଟିଭ I

ଭୁବନେଶ୍ବର:ଖଣ୍ଡପଡ଼ା ବିଧାୟକ ତଥା ଦୈନିକ ଖବରକାଗଜ’ସମ୍ବାଦ’ ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ କରୋନା ପଜିଟିଭ I ନିଜେ ଟ୍ୱିଟ କରି ସୂଚନା ଦେଲେ I ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଡାକ୍ତରୀ ପରାମର୍ଶ ନେବାକୁ ଅନୁରୋଧ କଲେ ସୌମ୍ୟରଞ୍ଜନ ପଟ୍ଟନାୟକ।

ସୂଚନାଯୋଗ୍ୟ, ପୂର୍ବରୁ ରାଜ୍ୟର ୪ ଜଣ ବିଧାୟକ କରୋନା ଆକ୍ରାନ୍ତ ହୋଇ ସୁସ୍ଥ ହୋଇଛନ୍ତି। ଏଥିପୂର୍ବରୁ ବାଲେଶ୍ବର ଜିଲ୍ଲାର ନୀଳଗିରି ଓ ରେମୁଣା, କଟକ ଜିଲ୍ଲାର ସାଲେପୁର ଓ ଗଞ୍ଜାମ ଜିଲ୍ଲାର  ପୋଲସରା ବିଧାୟକ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହାଛଡା ନିକଟରେ ବରଗଡ ସାଂସଦ ସୁରେଶ ପୁଜାରୀ ମଧ୍ୟ ପଜିଟିଭ ଚିହ୍ନଟ ହେବା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଚିକିତ୍ସାଧୀନ ଅଛନ୍ତି।