Home ରାଜ୍ୟ ଆଜିଠୁ ଯୁକ୍ତ ଦୁଇ ପରୀକ୍ଷା

ଆଜିଠୁ ଯୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ବର : ଆଜିଠୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେଉଛି। ପ୍ରଥମ ଦିନରେ ମାତୃଭାଷା ବିଷୟରେ ପରୀକ୍ଷା ଦେବେ ବିଜ୍ଞାନ ଓ ବାଣିଜ୍ୟ ଛାତ୍ରଛାତ୍ରୀ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ +୨ ପରୀକ୍ଷା ଗୁରୁବାରଠାରୁ ଆରମ୍ଭ ହେବ।  ମାଟ୍ରିକ୍‌ ପରୀକ୍ଷାରେ ପ୍ରତିଦିନ ପ୍ରଶ୍ନପତ୍ର ଭାଇରାଲ ହୋଇଥିବାରୁ ଯୁକ୍ତ୨ ପରୀକ୍ଷା ସମୟରେ ଯେମିତି ସେଭଳି ଘଟଣା ନ ହୁଏ ସେଥିପାଇଁ ପରୀକ୍ଷା ହଲ୍‌କୁ ମୋବାଇଲ୍‌ ଏବଂ ଇଲୋକ୍ଟ୍ରୋନିକ୍ସ ସାମଗ୍ରୀ ନେବା ଉପରେ କଟକଣା ଜାରି ହୋଇଛି। ପ୍ରଶ୍ନପତ୍ର ଭାଇରାଲ୍‌ କିମ୍ବା ପରୀକ୍ଷା ଚାଲିଥିବା ସମୟରେ ଯଦି ଲିକ୍‌ ହୁଏ ତେବେ ସଙ୍ଗେ ସଙ୍ଗେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଜେଲ୍‌ ସହ ଜରିମାନା ମଧ୍ୟ ହୋଇପାରେ।

୧୫୫୬ଟି ଜୁନିଅର କଲେଜର ୩ଲକ୍ଷ ୬୯ହଜାର ୫୩୭ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଏଥିପାଇଁ ୧୦୯୧ଟି ପରୀକ୍ଷା କେନ୍ଦ୍ର ହୋଇଛି। କଳା ବିଭାଗରେ ସର୍ବାଧିକ ୨ଲକ୍ଷ ୩୫ ହଜାର ୧୮୩ଜଣ, ବିଜ୍ଞାନରେ ୯୯ହଜାର ୧୮ଜଣ, ବାଣିଜ୍ୟରେ ୨୭ ହଜାର ୨୭୮ ଜଣ ଓ ଧନ୍ଦାମୂଳକ ଶିକ୍ଷାରେ ୮ ହଜାର ୫୮ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ପରୀକ୍ଷାର ସୁପରିଚାଳନା ପାଇଁ ୨୦୨ଟି ହବ୍‌ ହୋଇଛି।