Home ରାଜ୍ୟ ସୋମବାରଠାରୁ ଅଫିସ ଆସିବେ ସମସ୍ତ ଗ୍ରୁପ୍‌ ‘ଏ’ ଅଧିକାରୀ, ୯ ଜିଲାରେ ରୋଷ୍ଟର ଭିତ୍ତିରେ କାମ...

ସୋମବାରଠାରୁ ଅଫିସ ଆସିବେ ସମସ୍ତ ଗ୍ରୁପ୍‌ ‘ଏ’ ଅଧିକାରୀ, ୯ ଜିଲାରେ ରୋଷ୍ଟର ଭିତ୍ତିରେ କାମ କରିବେ ୩୩% କର୍ମଚାରୀ

ଭୁବନେଶ୍ୱର : ସୋମବାରଠାରୁ ଅଫିସ ଆସିବେ ସମସ୍ତ ଗ୍ରୁପ୍‌ ‘ଏ’ ଅଧିଚାରୀ। ଜିଲାପାଳ, ଉପଜିଲାପାଳ, ଆରଡିସି, ତହସିଲ, ଆର୍‌ଆଇ ଅଫିସ ସମସ୍ତ କର୍ମଚାରୀ ଆସିବେ। କେବଳ ୯ଟି ଜିଲାରେ ଗ୍ରୁପ୍‌ ‘ବି’, ‘ସି’, ‘ଡି’ରେ ୩୩% କର୍ମଚାରୀ ରୋଷ୍ଟର ଭିତ୍ତିରେ କାର୍ଯ୍ୟ କରିବେ। ଜିଲାଗୁଡ଼ିକ ହେଲା ପୁରୀ, ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, ଭଦ୍ରକ, କଳାହାଣ୍ଡି, ଢ଼େଙ୍କାନାଳ, ଏବଂ ଯାଜପୁର। ଏନେଇ ରବିବାର ରାଜସ୍ବ ଓ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ସେହିଭଳି ସୋମବାରଠାରୁ ନିର୍ମାଣ କାର୍ଯ୍ୟାଳୟ ପାଇଁ ବାଲିଘାଟ, କ୍ରସର ୟୁନିଟ୍‌ ଓ କ୍ୱାରୀ କାର୍ଯ୍ୟକ୍ଷମ କରାଯିବ। ଏହି ସବୁ ସ୍ଥାନରେ ସାମାଜିକ ଦୂରତା କଟକଣା ମାନିବାକୁ ଗାଇଡ୍‌ଲାଇନ୍‌ରେ ନିର୍ଦ୍ଦେଶ ଦିଆଯାଇଛି।