Home ରାଜ୍ୟ ପାଠକ ବାପ-ପୁଅଙ୍କୁ ଜାମିନ୍ ଦେଲେ ହାଇକୋର୍ଟ

ପାଠକ ବାପ-ପୁଅଙ୍କୁ ଜାମିନ୍ ଦେଲେ ହାଇକୋର୍ଟ

କଟକ: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇ ଜେଲରେ ଥିବା ପାଠକ ବାପ-ପୁଅଙ୍କୁ ଆଜି ହାଇକୋର୍ଟରୁ ଜାମିନ ମିଳିଛି। ଟ୍ରାଭେଲ୍ସ ବିଲ୍ ଠକେଇ ମାମଲରେ ହାଇକୋର୍ଟ ଆଜି ଦୁହିଁଙ୍କୁ ଜାମିନ ପ୍ରଦାନ କରିଛନ୍ତି । ୨ ଲକ୍ଷ ଟଙ୍କା ଏବଂ ୨ ଜାମିନଦାରଙ୍କ ବଦଳରେ ଦୁଇ ବାପ-ପୁଅଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଏହା ପୂର୍ବରୁ ବାପ-ପୁଅଙ୍କୁ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରୁ ମଧ୍ୟ ଜାମିନ୍ ମିଳିଥିଲା।

ସୂଚନାଯୋଗ୍ୟ, ଆଇଏଫ୍ଏସ୍‌ ଅଭୟକାନ୍ତ ପାଠକ ଓ ଆକାଶ ପାଠକ ଠକେଇ ଏବଂ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିଲେ। ଏହାପରେ ସେମାନେ ଜେଲରେ ଥିଲେ । ଦୀର୍ଘ ୬୦ ଦିନ ପରେ ବି ପୁଲିସ ଏନେଇ ଚାର୍ଜସିଟ୍ ଦେଇ ନପାରିବାରୁ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ବାପ-ପୁଅଙ୍କୁ ଜାମିନ ପ୍ରଦାନ କରିଥିଲେ । ଏହି ସମୟରେ ତାଙ୍କ ବିରୋଧରେ ଅନ୍ୟ ମାମଲା ଥିବାରୁ ସେମାନେ ଜେଲରେ ରହିଥିଲେ । ଏବେ ତାଙ୍କୁ ହାଇକୋର୍ଟ ମଧ୍ୟ ଟ୍ରାଭେଲ୍ସ ବିଲ୍ ଠକେଇ ମାମଲାରେ ଜାମିନ୍ ପ୍ରଦାନ କରିଛନ୍ତି ।