Home ରାଜ୍ୟ ଆଜି ହିଞ୍ଜିଳିରୁ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ

ଆଜି ହିଞ୍ଜିଳିରୁ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଚଳିତ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ ବିଜେପୁର ଓ ହିଞ୍ଜିଳିରୁ ପ୍ରାର୍ଥୀ ହେବା ନେଇ ଦଳ ପକ୍ଷରୁ ଘୋଷଣା କରାଯାଇଛି । ତେବେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବିଧାନସଭା ଆସନ ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବୁଧବାର ପ୍ରାର୍ଥୀପତ୍ର ଦାଖଲ କରିବା ନେଇ ଦଳ ପକ୍ଷରୁ ସ୍ଥିର କରାଯାଇଛି । ବୁଧବାର ପୂର୍ବାହ୍ନ ସାଢେ ୯ଟାରେ ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ଛତ୍ରପୁରରେ ପହଞ୍ôଚବା ପରେ ସେଠାରୁ ସିଧାସଳଖ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ପ୍ରାର୍ଥୀପତ୍ର ଦାଖଲ କରିବେ । ଏହା ପରେ ସେ ଭୁବନେଶ୍ୱର
ଫେରିଆସିବାର କାର୍ଯ୍ୟକ୍ରମ ରହିଛି । ଏହି ନାମାଙ୍କନ ଦାଖଲ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଳାର ସମସ୍ତ ସାଂସଦ, ବିଧାୟକ ତଥା ଆଗାମୀ ନିର୍ବାଚନ ପାଇଁ ମନୋନୀତ ହୋଇଥିବା ଲୋକସଭା ଓ
ବିଧାନସଭା ପ୍ରାର୍ଥୀ, ଜିଲ୍ଲାର ସମସ୍ତ ଜିଲ୍ଲାସ୍ତରୀୟ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ରହିବା ପାଇଁ ଦଳ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଗଞ୍ଜାମ ଜିଲ୍ଲା ବିଜେଡ଼ି ସଭାପତି ଡକ୍ଟର ପ୍ରଦୀପ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି । ହିଞ୍ଜିଳି ବ୍ୟତୀତ ମୁଖ୍ୟମନ୍ତ୍ରୀ ବରଗଡ ଲୋକସଭା ଆସନ ଅନ୍ତର୍ଗତ ବିଜେପୁରରୁ ମଧ୍ୟ ଖୁବ୍ ଶୀଘ୍ର ପ୍ରାର୍ôଥପତ୍ର ଦାଖଲ କରିବେ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି ।