Home ରାଜ୍ୟ କେନ୍ଦୁଝର କାନୁପୁର ସ୍ପିଲ ଚ୍ୟାନେଲ ଉପରେ ବନ୍ଧ ନିର୍ମାଣ ପ୍ରସଙ୍ଗ: ଗଡ଼କରୀଙ୍କୁ ଚିଠି ଲେଖିଲେ ନବୀନ

କେନ୍ଦୁଝର କାନୁପୁର ସ୍ପିଲ ଚ୍ୟାନେଲ ଉପରେ ବନ୍ଧ ନିର୍ମାଣ ପ୍ରସଙ୍ଗ: ଗଡ଼କରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ବର: କେନ୍ଦୁଝର କାନୁପୁର ସ୍ପିଲ ଚ୍ୟାନେଲ ଉପରେ ବନ୍ଧ ନିର୍ମାଣ ବିଳମ୍ବ ନେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନିତିନ ଗଡ଼କରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝର ଜିଲ୍ଲାରେ ନିର୍ମାଣାଧୀନ କାନୁପୁର ସ୍ପିଲ୍ ଚ୍ୟାନେଲ ଉପରେ ୪ ଲେନ ବ୍ରିଜ୍ ନିର୍ମାଣ ନେଇ ମୁଖ୍ୟମନ୍ତ୍ରୀ ଚିଠି ଲେଖିଛନ୍ତି। ଏହି ନିର୍ମାଣ କାର୍ଯ୍ୟ କେମିତି ଶୀଘ୍ର ହେବ, ସେ ସଂପର୍କରେ ମୁଖ୍ୟମନ୍ତ୍ରୀ ଚିଠିଲେ ଉଲ୍ଲେଖ କରିଛନ୍ତି।

କାନୁପୁର ଜଳସେଚନ ପ୍ରକଳ୍ପର ନିର୍ମାଣକାର୍ଯ୍ୟ ୨୦୦୪-୦୫ରୁ ଆରମ୍ଭ ହୋଇଥିଲେ ମଧ୍ୟ ବିଭିନ୍ନ ସମସ୍ୟା କାରଣରୁ ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇପାରିନାହିଁ । ରାଜ୍ୟ ସରକାର ଓ ଏନଏଚଏଆଇ ମଧ୍ୟରେ ହୋଇଥିବା ବୁଝାମଣା ଅନୁସାରେ ଏହି ପ୍ରକଳ୍ପର ୮୦ ପ୍ରତିଶତ ଅର୍ଥ ଏନଏଚଏଆଇ ବହନ କରିବ ଓ ଅବଶିଷ୍ଟ ୨୦ ପ୍ରତିଶତ ରାଜ୍ୟ ସରକାର ବହନ କରିବେ । ଏହି ବ୍ୟୟ ଅଟକଳକୁ ୧୦୦.୫୩ କୋଟିକୁ ବୃଦ୍ଧି କରାଯିବା ପରେ ୮୦ ପ୍ରତିଶତ ବ୍ୟୟ ଭାର ବହନ ଲାଗି ଏନଏଚଏଆଇ ରାଜି ହୋଇ ନଥିଲା।