Home ଅପରାଧ ହାତୀ ଦାନ୍ତ ଚୋରା ଚାଲାଣ ବେଳେ ୩ ଜଣଙ୍କୁ ଗିରଫ କଲା ଆନନ୍ଦପୁର ଅବକାରୀ ବିଭାଗ

ହାତୀ ଦାନ୍ତ ଚୋରା ଚାଲାଣ ବେଳେ ୩ ଜଣଙ୍କୁ ଗିରଫ କଲା ଆନନ୍ଦପୁର ଅବକାରୀ ବିଭାଗ

ଆନନ୍ଦପୁର : ହାତୀ ଦାନ୍ତ ଚୋରା ଚାଲାଣ ରାକେଟ୍‌ର ପର୍ଦ୍ଦାଫାଶ । ମାଫିଆଙ୍କୁ ଧରିଲା ବନ ବିଭାଗ । ଆନନ୍ଦପୁର ଅଞ୍ଚଳରେ ବନ ବିଭାଗ ଚଢାଉ ବେଳେ ହାତୀ ଦାନ୍ତ ଜବତ କରିବା ସହ ୩ ଜଣ ମାଫିଆଙ୍କୁ ଗିରଫ କରିଛି ।ସୂଚନାଯୋଗ୍ୟ ଯେ, ହାତୀ ଦାନ୍ତ ଚୋରା ଚାଲାଣ ସମୟରେ ଆନନ୍ଦପୁର ବନ ବିଭାଗ ତରଫ ଚଢାଉ କରାଯାଇଥିଲା । ଚଢାଉ ବେଳେ ୩ ଜଣ ମାଫିଆଙ୍କୁ କାବୁ କରିଛି ବନବିଭାଗ । ସେମାନଙ୍କ ନିକଟରୁ ୧୪ଖଣ୍ଡ ଦାନ୍ତ ଜବତ ହୋଇଥିବାବେଳେ ଚୋରା ଚାଲାଣରେ ବ୍ୟବହୃତ ଏକ କାରକୁ ମଧ୍ୟ ଜବତ କରିଛି ବନ ବିଭାଗ ।

ସୋମବାର ରାତିରେ ବିଶେଷ ସୂତ୍ରରୁ ଖବର ପାଇ ହରିଚନ୍ଦନପୁର ଥାନା ଅଞ୍ଚଳ ବାୟାପିଟା ଗାଁରେ ବନ ବିଭାଗ ତରଫରୁ ଚଢାଉ କରାଯାଇଥିଲା ।