Home ରାଜ୍ୟ ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟକ୍ଷମ ହେଲା କୋଭିଡ୍-୧୯ ହସ୍ପିଟାଲ

ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟକ୍ଷମ ହେଲା କୋଭିଡ୍-୧୯ ହସ୍ପିଟାଲ

ବ୍ରହ୍ମପୁର : ଗଞାମ ଜିଲ୍ଲାରେ ଆଜି କୋଭିଡ୍ ହସ୍ପିଟାଲ୍ କାର୍ଯ୍ୟକ୍ଷମ ହୋଇଛି। ଶୀତଳାପଲ୍ଲୀ ଠାରେ ସ୍ଥାପିତ ଟାଟା ଷ୍ଟିଲ୍ ପକ୍ଷରୁ ଏହି ହସ୍ପିଟାଲର ବ୍ୟବସ୍ଥା କରାଯାଇଛି।୨୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ୍ ଶୀତଳାପଲ୍ଲୀ ଠାରେ ଉଦଘାଟିତ୍‌ ହୋଇଛି । ଏହି ହସ୍ପିଟାଲରେ ୧୫ଟି ଭେଣ୍ଟଲେଟର୍ ବ୍ୟବସ୍ଥା ରହିଛି। ଟାଟା ଷ୍ଟିଲ ସହାୟତାରେ ଏହି ହସ୍ପିଟାଲ୍ ସ୍ଥାପିତ ହୋଇଛି । ଗଞାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି। ଅନ୍ୟପଟେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଅନ୍ୟ ଜିଲ୍ଲାରେ କୋଭିଡ-୧୯ ହସ୍ପିଟାଲର ନିର୍ମାଣ ପାଇଁ ବ୍ୟବସ୍ଥା ରହିଛି।