Home ରାଜନୀତି ପଦ୍ମ ଧରିବେ ସିଦ୍ଧାନ୍ତ !

ପଦ୍ମ ଧରିବେ ସିଦ୍ଧାନ୍ତ !

ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ର ବିଜେଡି ଛାଡିବା ନେଇ ସଜବାଜ ହେଉଥିବା ଚର୍ଚ୍ଚା ହେଉଛି  । ବିଜେଡି ବ୍ରହ୍ମପୁର ଲୋକସଭା ଆସନରେ  ଚନ୍ଦ୍ରଶେଖର ସାହୁଙ୍କୁ ପ୍ରାର୍ଥୀ କରିବା ପାଇଁ ଏକପ୍ରକାର ସ୍ଥିର କରିସାରିଛି  । ତେଣୁ ଏହି କ୍ରମରେ ସିଦ୍ଧାନ୍ତ ବିଜେଡି ଛାଡି ବିଜେପିରେ ସାମିଲ୍ ହେବେ ବୋଲି ଶୁଣାଯାଉଛି । ଏନେଇ ସିଦ୍ଧାନ୍ତ ରାଜ୍ୟ ବିଜେପିର କିଛି ନେତାଙ୍କ ସହ ଯୋଗାଯୋଗର ରହିଥିବା ଶୁଣିବାକୁ ମିଳୁଛି  ।

ସୂଚନାଯୋଗ୍ୟ ଯେ, ସାଂସଦ ସିଦ୍ଧାନ୍ତ ମହାପାତ୍ର ବିଜେଡି ଦଳରୁ ଦୁଇଥର ସାଂସଦ ହୋଇଛନ୍ତି  । ସେ ବର୍ତମାନର ବିଜେଡି ନେତା ତଥା ସେତେବେଳର କଂଗ୍ରେସ ନେତା ଚନ୍ଦ୍ରଶେଖର ସାହୁଙ୍କୁ ପରାସ୍ତ କରିଥିଲେ  । ତେବେ ଚନ୍ଦ୍ରଶେଖର ବିଜେଡିରେ ଯୋଗଦାନ କରିବା ପରେ ଦଳ ଚଳିତ ଥର ତାଙ୍କୁ ପ୍ରାର୍ଥୀ କରିବା ନେଇ ଏକପ୍ରକାର ସ୍ଥିର କରିସାରିଛି  । ଯାହାକୁ ନେଇ ବ୍ରହ୍ମପୁର ବିଜେଡିରେ ଏକପ୍ରକାର ବିଦ୍ରୋହ ଆରମ୍ଭ ହୋଇଯାଇଛି  ।