Home ରାଜ୍ୟ କଂଗ୍ରେସ ସ୍କ୍ରିନିଂ କମିଟି ବାଛିଲା୧୫ଟି ଏମପି ଆସନର ପ୍ରାର୍ଥୀ

କଂଗ୍ରେସ ସ୍କ୍ରିନିଂ କମିଟି ବାଛିଲା୧୫ଟି ଏମପି ଆସନର ପ୍ରାର୍ଥୀ

ନୂଆଦିଲ୍ଲୀ : ପ୍ରଥମ ତିନୋଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା୧୫ଟି ଲୋକସଭା ସମେତ ୧୦୭ ଟି ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା  ଆଲୋଚନା ହୋଇଛି । ଆସନ୍ତା ୧୬ ତାରିଖରେ ସ୍କ୍ରିନିଂ କମିଟିର ଦ୍ୱିତୀୟ ବୈଠକରେ ତାଲିକା ଚୂଡ଼ାନ୍ତ ହେବ । ଓଡ଼ିଶା ପାଇଁ ସ୍କ୍ରିନିଂ କମିଟି ଅଧ୍ୟକ୍ଷ ଭି.ଡି. ସାଥିସାନ୍‌, ଅନ୍ୟ ୨ଜଣ ସଦସ୍ୟ ଜିତିନ୍‌ ପ୍ରସାଦ ଓ ନୌସାଦ୍‌ ସୋଲାଙ୍କି, ଏଆଇସିସିର ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ ଓ ଟି.ଏସ୍‌. ସିଂହଦେଓ, ୩ଜଣ ଏଆଇସିସି ସଂପାଦକ ଅନିଲ୍‌ଚୌଧୁରୀ, ସେକ୍‌ ମସ୍ତାନ୍‌ ଅଲ୍ଲୀ ଓ ରୁଦ୍ର ରାଜୁ, ଯୁଗ୍ମ ସଂପାଦକ ଆଦିତ୍ୟ ଶର୍ମା, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଓ ଚିରଞ୍ଜୀବ ବିଶ୍ବାଳ ପ୍ରମୁଖଙ୍କ ଉପସ୍ଥିତିରେ ଏହି ନାମ ଚୂଡାନ୍ତ ହୋଇଥିବା ସୂଚନା ମିଳିଛି ।
ସିଇସିକୁ ଯାଇଥିବା ୧୫ ଲୋକସଭା ଆସନର ପ୍ରାର୍ଥୀ ତାଲିକା

କଳାହାଣ୍ଡି- ଭକ୍ତ ଦାସ
ନବରଙ୍ଗପୁର- ପ୍ରଦୀପ ମାଝୀ
କୋରାପୁଟ- ସପ୍ତଗିରି ଉଲାକା/ମେରୀ ସୋରେନ୍
ବ୍ରହ୍ମପୁର- ଚନ୍ଦ୍ରଶେଖର ନାଇଡୁ
ଭଦ୍ରକ- ଅନନ୍ତ ସେଠୀ
କନ୍ଧମାଳ- ମନୋଜ ଆଚାର୍ଯ୍ୟ/ ଚନ୍ଦ୍ରଶେଖର ପରିଡ଼ା
ସୁୁନ୍ଦରଗଡ଼- ଜର୍ଜ ତିର୍କୀ
କଟକ- ପଞ୍ଚାନନ କାନୁନଗୋ
ସମ୍ବଲପୁର- ଶରତ ପଟ୍ଟନାୟକ/ଅମର ପ୍ରଧାନ
ବଲାଙ୍ଗୀର- ସମରେନ୍ଦ୍ର ମିଶ୍ର
ପୁରୀ- ସୁଚରିତା ମହାନ୍ତି
ଢ଼େଙ୍କାନାଳ- କେ.ପି. ସିଂହଦେଓ / ରାମଚନ୍ଦ୍ର ଖୁଣ୍ଟିଆ
କେନ୍ଦୁଝର- ସନାତନ ମହାକୁଡ଼ଙ୍କ ସହ ଚାଲିଛି ଆଲୋଚନା
ଭୁବନେଶ୍ୱର- ସିପିଏମ୍(ମେଣ୍ଟ)
ଆସ୍କା- ସିପିଆଇ(ମେଣ୍ଟ)