Home ରାଜ୍ୟ ଭିନିଲ କ୍ରିଷ୍ଣଙ୍କୁ ମିଳିଲା ନୂଆ ଦାୟିତ୍ବ

ଭିନିଲ କ୍ରିଷ୍ଣଙ୍କୁ ମିଳିଲା ନୂଆ ଦାୟିତ୍ବ

ଭୁବନେଶ୍ବର: ରାଜ୍ୟ ପ୍ରଶାସନିକ କ୍ଷେତ୍ରରେ ଅଦଳବଦଳ । କ୍ରୀଡା ନିର୍ଦ୍ଦେଶକ ଭିନିଲ କ୍ରିଷ୍ଣଙ୍କୁ ମିଳିଲା ନୂଆ ଦାୟିତ୍ବ । 2005 ବ୍ୟାଚର ଆଇଏଏସ ଅଫିସର ଭିନିଲ କ୍ରୀଷ୍ଣାଙ୍କୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଓଏସଡି (କୋଭିଡ ପରିଚାଳନା)ର ଅତିରିକ୍ତ ଦାୟୀତ୍ବ ଦିଆଯାଇଛି ।

ଏହାସହ ସେ ପୂର୍ବପରି ନିଜ ମୂଳ କ୍ରୀଡା ନିର୍ଦ୍ଦେଶକ ଦାୟିତ୍ବ ମଧ୍ୟ ସମ୍ଭାଳିବେ । ସେହିଭଳି ଜଳସମ୍ପଦ ବିଭାଗର ଯୁଗ୍ମ ସଚିବ ଲାଲା ମନୋଜ କୁମାର ରାୟଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଯୁଗ୍ମ ସଚିବ ଭାବରେ ନିଯୁକ୍ତି ଦିଆଯାଇଛି ।

କଟକ ସବକଲେକ୍ଟର ଶୁଭ୍ରାଂଶୁ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଡେପୁଟି ସେକ୍ରେଟାରୀ ଭାବେ ବଦଳି କରାଯାଇଛି । ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ଲ୍ୟାଣ୍ଡ ଅଫିସର ପ୍ରତାପ କୁମାର ବେଉରାଙ୍କୁ କଟକ ସବକଲେକ୍ଟର ଭାବେ ବଦଳି କରାଯାଇଛି ।