Home ରାଜ୍ୟ ସାରା ରାଜ୍ୟରେ ଲାଗୁ ହେଲା କଟକଣା: ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ୨୦୦ ଜରିମାନା

ସାରା ରାଜ୍ୟରେ ଲାଗୁ ହେଲା କଟକଣା: ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ୨୦୦ ଜରିମାନା

ଭୁବନେଶ୍ୱର : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ କଟକଣା ଲଗାଯାଉଛି। ଏହି କ୍ରମରେ ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଜରିମାନା କରାଯିବ। ପ୍ରଥମ ୩ ଥର ଭୁଲ୍‌ ପାଇଁ ୨୦୦ ଟଙ୍କା ଲେଖାଏ ଜରିମାନା ଆଦାୟ କରାଯିବ। ତିନି ଥର ପରେ ପୁଣି ଭୁଲ କଲେ ଜରିମାନା ୫ଶହକୁ ବୃଦ୍ଧି ହେବ। ବ୍ଲକ ସଂପ୍ରସାରଣ ଅଧିକାରୀ, ଅତିରିକ୍ତ ତହସିଲଦାର ଜରିମାନା କରିପାରିବେ। ସେହିଭଳି ପୋଲିସ ଏଏସ୍‌ଆଇ, ମ୍ୟୁନିସିପାଲିଟି ଓ ଓ୍ବାର୍ଡ ଅଫିସର ମଧ୍ୟ ଫାଇନ କରିପାରିବେ। ସାରା ରାଜ୍ୟରେ ଏହି ନିୟମ ଲାଗୁ ନେଇ ଶୁକ୍ରବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ସୂଚନା ଦେଇ କହିଛନ୍ତି।