Home ରାଜ୍ୟ କରୋନା ପାଇଁ ଅନିଶ୍ଚିତତା ଘେରରେ ମହାପ୍ରଭୁଙ୍କ ରଥଯାତ୍ରା !ଶଙ୍କରାଚାର୍ଯ୍ୟଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଗଜପତି...

କରୋନା ପାଇଁ ଅନିଶ୍ଚିତତା ଘେରରେ ମହାପ୍ରଭୁଙ୍କ ରଥଯାତ୍ରା !ଶଙ୍କରାଚାର୍ଯ୍ୟଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଗଜପତି ଭେଟିବା ପରେ ପରବର୍ତ୍ତୀ ନିଷ୍ପତ୍ତି

ପୁରୀ: ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରଥଯାତ୍ରା ସଂପର୍କୀତ କୌଣସି ନିଷ୍କର୍ସ ବାହାରି ନଥିବା ଜଣାଯାଇଛି। ଶ୍ରୀମନ୍ଦିର ଛତିଶା ନିଯୋଗ ପକ୍ଷରୁ ଶଙ୍କରାଚାର୍ଯ୍ୟ ଏବଂ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖିଛନ୍ତି । ରଥଯାତ୍ରା ଆୟୋଜନ କରିବା ଲାଗି ସେ ଚିଠିରେ ଉଲ୍ଲେଖ କରିଛନ୍ତି ।  ଚଳିତ ବର୍ଷ ଘୋଷଯାତ୍ରା ହେବ ନା ନାହିଁ ସେନେଇ ନିଷ୍ପତି ନେବେ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ । ଆଜି ସଂଧ୍ୟାରେ ଶଙ୍କରାଚାର୍ଯ୍ୟଙ୍କୁ ଭେଟିବେ ଗଜପତି ମହାରାଜ ଦିବ୍ୟସିଂହ ଦେଓ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କିଷନ କୁମାର । ରଥଯାତ୍ରା ସଂପର୍କରେ ଶେଷ ନିଷ୍ପତି ପାଇଁ ଗୋବର୍ଦ୍ଧନ ପୀଠର ନିଷ୍ପତି ଉପରେ ସାରା ରାଜ୍ୟର ନଜର ରହିଛି । ତେବେ ଶ୍ରୀଜିଉ ରତ୍ନବେଦୀରୁ ଓହ୍ଲାଇ ରଥକୁ ଆସିବେ ନା ନାହିଁ ସେନେଇ ଆଜି ହୁଏତ ନିଷ୍ପତି ଶୁଣାଇ ପାରନ୍ତି ଶଙ୍କରାଚାର୍ଯ୍ୟ ।

ସେପଟେ ରଥଯାତ୍ରାକୁ ନେଇ ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲେ । ଯେଉଁଠି ଦୀର୍ଘ ସମୟ ଧରି ଏହି ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ସୂଚନା ଅନୁସାରେ ଛତିଶାନିଯୋଗ କଟକଣା ସହ ରଥଯାତ୍ରା କରିବା ପାଇଁ ପ୍ରସ୍ତାବ ରଖିଥିଲା । କିନ୍ତୁ ଆଉ କିଛି ସଦସ୍ୟ ଯୁକ୍ତି ବାଢିଥିଲେ କଟକଣା ସହ ରଥଯାତ୍ରା କରାଗଲେ ମଧ୍ୟ ଦର୍ଶକଙ୍କୁ ବାରଣ କରିହେବ ନାହିଁ । ତେଣୁ ଆଦୌ ମହାପ୍ରଭୁଙ୍କୁ ଦେଉଳ ବାହାରକୁ ନଆଣିବା ପାଇଁ କିଛି ସଦସ୍ୟ ଯୁକ୍ତି ବାଢିଥିଲେ ବୋଲି ସୂଚନା ମିଳିଛି । ଏହି କଟକଣା ଭିତରେ କିଭଳି ରଥଯାତ୍ରା କରାଯାଇଛି ପାରିବ ସେ ନେଇ ବିଭିନ୍ନ ପ୍ରସ୍ତାବ ଦେଇଛନ୍ତି । କମ୍‍ ସଂଖ୍ୟକ ସେବାୟତ, ପୋଲିସ ନେଇ ରଥଯାତ୍ରା କରାଯାଉ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି ।

ଅନ୍ୟପଟେ, ବୈଠକ ପରେ ଆନୁଷ୍ଠାନିକ ଭାବେ ସୂଚନା ଦେଇ ପରିଚାଳନା କମିଟି ସଦସ୍ୟ ରଘୁନାଥ ମହାପାତ୍ର କହିଛନ୍ତି ଯେ, ଆଜି ସଂଧ୍ୟାରେ ଶଙ୍କରାଚାର୍ଯ୍ୟଙ୍କୁ ଭେଟିବେ ଗଜପତି ମହାରାଜ ଦିବ୍ୟସିଂହ ଦେଓ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କିଷନ କୁମାର ।