Home ରାଜ୍ୟ ଚଳନ୍ତା ବସ୍‌ରେ ଲାଗିଲା ନିଆଁ : ଅଳ୍ପକେ ବର୍ତ୍ତିଲେ ୩୦ ଯାତ୍ରୀ

ଚଳନ୍ତା ବସ୍‌ରେ ଲାଗିଲା ନିଆଁ : ଅଳ୍ପକେ ବର୍ତ୍ତିଲେ ୩୦ ଯାତ୍ରୀ

ବାଲିଗୁଡା: ଚଳନ୍ତା ବସ୍‌ରେ ଲାଗିଗଲା ନିଆଁ । ଅଳ୍ପକେ ବର୍ତ୍ତିଲେ ବସ୍‌ରେ ଥିବା ୩୦ ଯାତ୍ରୀ । ଦମକଳବାହିନୀ ନିଆଁକୁ ଆୟତ୍ତ କରିଛି ।ସୂଚନାଯୋଗ୍ୟ ଯେ, କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଛକ ନିକଟରେ ଏକ ଚଳନ୍ତା ବସ୍‌ରେ ନିଆଁ ଲାଗିଯାଇଥିବା ଜଣାପଡିଛି । ‘ରୁଦ୍ରକାଳୀ’ ନାମକ ବସ୍‌ଟି ବାଲିଗୁଡାରୁ ଦାରିଙ୍ଗବାଡି ଅଭିମୁଖେ ଯାଉଥିବା ବେଳେ ଏଭଳି ଅଘଟଣ ଘଟିଛି । ତେବେ କେଉଁ କାରଣରୁ ବସ୍‌ରେ ନିଆଁ ଲାଗିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।